www.samajalive.in
Sunday, December 14, 2025
19.1 C
Bhubaneswar

ପଞ୍ଚଲିଙ୍ଗେଶ୍ୱରରେ ଠାବ ହେଲା ବିରଳ ଶାଳିଆ ପତନି

ନୀଳଗିରି: ଥାଇଲାଣ୍ଡ, କଲୋମ୍ବିଆ, ମିଆଁମାରା, ଶ୍ରୀଲଙ୍କା, ଭିଏତନାମା, ମାଲେସିଆ, ଜାଭା ପ୍ରଭୃତି ରାଷ୍ଟ୍ରରେ ବହୁଳ ପରିମାଣରେ ଦେଖା ଯାଉଥିବା ବନ୍ୟଜନ୍ତୁ ସମ୍ପ୍ରତି ବାଲେଶ୍ୱର ଜିଲା ଅଧୀନ ନୀଳଗିରି ଅଞ୍ଚଳରେ ଠାବ କରାଯାଇଛି। କୁଲଡିହା ଅଭୟାରଣ୍ୟ ଅଧୀନ ପଞ୍ଚଲିଙ୍ଗେଶ୍ୱରରେ ପ୍ରଥମଥର ପାଇଁ ବିରଳ ଶାଳିଆ ପତନିକୁ ଠାବ କରିଛନ୍ତି ପକ୍ଷୀପ୍ରେମୀ ମନୋରଞ୍ଜନ ଦାସ । ସେ ପକ୍ଷୀଙ୍କ ଫଟୋ ଉତ୍ତୋଳନ କରିବାକୁ ଯାଉଥିବା ସମୟରେ ପଞ୍ଚଲିଙ୍ଗେଶ୍ୱର ଶୈବପୀଠ ପାହାଚ ନିକଟ ଏକ ଗୁମ୍ଫାରୁ ଏହି ବିରଳ ଜନ୍ତୁଟି ବାହାରି ଥିବା ଦେଖିଥିଲେ । ଏହି ଖବର ପ୍ରଚାରିତ ହେବା ପରେ ଅଞ୍ଚଳ ଲୋକାରଣ୍ୟ ପାଲଟି ଯାଇଥିଲା।

ସୂଚନା ଯୋଗ୍ୟ ଯେ, ଭାରତରେ ପ୍ରଥମେ ୨୦୦୮ମସିହାରେ ଜମ୍ମୁ ଓ କଶ୍ମୀର ଅଞ୍ଚଳରେ ଏହି ଜାତିର ବନ୍ୟଜନ୍ତୁଙ୍କୁ ଠାବ କରାଯାଇଥିଲା। ଆମ ରାଜ୍ୟର ଭିତରକନିକା ଅଞ୍ଚଳରେ ମଧ୍ୟ ଖୁବ କମ ସଂଖ୍ୟାରେ ଏହା ଦେଖିବାକୁ ମିଳିଥାଏ। ଶାଳିଆ ପତନି ଉଭୟ ମାଂସାସୀ ଓ ତୃଣଭୋଜି। ଛୋଟ ଛୋଟ କୀଟ, ସାପକୁ ଧରି ଖାଇବାରେ ଏମାନେ ମାହିର। ଏହାକୁ ଇଂରାଜୀରେ ସ୍ମଲ ଇଣ୍ଡିଆନ ସିଭେଟ ବୋଲି କୁହାଯାଏ ।

- Advertisement -

 

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories