BJD Bijuli 480×75 Mob

ଓଡ଼ିଶାରେ ପ୍ରଥମ ଘଟଣା : ଘଟଗାଁ ବ୍ଲକରେ ଆରମ୍ଭ ହେଲା ୧୨ ଘଣ୍ଟିଆ କଲ ସେଣ୍ଟର

BJD Bijuli 480×75 Mob

ପାଟଣା : ଏକ ଅଭିନବ ତଥା ନିଆରା ପଦକ୍ଷେପ ସ୍ୱରୂପ ଘଟଗାଁ ବ୍ଲକରେ ବିଭିନ୍ନ ପଞ୍ଚାୟତର ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ରହୁଥିବା ଓଡିଶା ଫେରନ୍ତା ଅନ୍ତେବାସୀମାନଙ୍କ ଅଭାବ, ଅସୁବିଧା ବା ଅଭିଯୋଗର ଆଶୁ ସମାଧାନ ନିମନ୍ତେ ୧୨ ଘଣ୍ଟିଆ କଲ ସେଣ୍ଟରର ବ୍ୟବସ୍ଥା କରାଯାଇଛି। ସକାଳ ୧୦ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ୧୨ ଘଣ୍ଟା ଧରି ଏହି କଲ ସେଣ୍ଟର କାମ କରିବ। ଏଥିପାଇଁ ବ୍ଲକର ୧୨ ଜଣ ଅଧିକାରୀଙ୍କୁ ପ୍ରତ୍ୟେକ ୧ ଘଣ୍ଟା ଲେଖାଏଁ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ସେମାନଙ୍କୁ ଏଥିପାଇଁ ଏବିଡ଼ିଓ ଚିତ୍ତରଞ୍ଜନ ନାୟକଙ୍କ ଦ୍ୱାରା ତାଲିମ ପ୍ରଦାନ କରାଯିବା ସହ ଅନ୍ତେବାସୀଙ୍କ ଅଭିଯୋଗ ଓ ରେଜିଷ୍ଟ୍ରେସନ ପାଇଁ ଏକ ରେଜିଷ୍ଟର ପ୍ରଦାନ କରାଯାଇଛି। କଲ ସେଣ୍ଟର ପାଇଁ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ନେଇ ଏକ ହ୍ଵାଟ୍ସଆପ୍ ଗ୍ରୁପ ତିଆରି କରାଯାଇ ବିଡ଼ିଓ ନାରାୟଣ ସାହୁ, ଏବିଡ଼ିଓ ଶ୍ରୀ ନାୟକ ଓ କନିଷ୍ଠ ଯନ୍ତ୍ରୀ ଭୋଳାନାଥ ମହାନ୍ତିଙ୍କ ଦ୍ଵାରା ଏହାକୁ ସୂଚାରୁ ରୂପେ ପରିଚାଳନା କରାଯାଉଛି।

ଅନ୍ତେବାସୀମାନଙ୍କ ମେନୁ ଅନୁଯାୟୀ ଖାଇବା, ଅତ୍ୟାବଶ୍ୟକ ଜିନିଷ ଉପଲବ୍ଧ ହେବା, ପାନୀୟ ଜଳ ବ୍ୟବସ୍ଥା ଓ ସ୍ୱାସ୍ଥ୍ୟ ଜନିତ ସମସ୍ୟା ସମ୍ବନ୍ଧରେ ତୃଣମୂଳ ସ୍ତରରୁ ଅନୁଧ୍ୟାନ କରାଯାଇ ସେସବୁର ତ୍ୱରିତ ସମାଧାନ ଦିଗରେ ଏହି କଲ ସେଣ୍ଟର କାମ କରିବ ବୋଲି ଏହାର ପରିଚାଳନା ଦାୟିତ୍ୱରେ ଥିବା ଏବିଡ଼ିଓ ଶ୍ରୀ ନାୟକ ପ୍ରକାଶ କରିଛନ୍ତି। ଏଯାବତ ଘଟଗାଁ ବ୍ଲକକୁ ଫେରିଥିବା ୬୦୦ ପ୍ରବାସୀ ଓଡ଼ିଆଙ୍କ ପାଇଁ ଏହା ବେଶ୍ ସହାୟକ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

Comments are closed.