www.samajalive.in
Saturday, December 6, 2025
14.1 C
Bhubaneswar

ବାମ ଗୋଡ଼ ବଦଳରେ ଡ଼ାହାଣ ଗୋଡ଼ର ଅସ୍ତ୍ରୋପଚାର ଅଭିଯୋଗ

କେନ୍ଦୁଝର : କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଡ଼ାକ୍ତରଖାନାରେ ଏକ ଅଭାବନୀୟ ଘଟଣା ଘଟିଛି। ଡ଼ାକ୍ତର ଓ କର୍ମଚାରୀଙ୍କ ଅବହେଳା ଯୋଗୁ ଜଣେ ମହିଳାଙ୍କ ଭୁଲ ଅସ୍ତ୍ରୋପଚାର ହୋଇଥିବା ଅଭିଯୋଗ ହୋଇଛି। ଖଡ଼ବିଲ ଗାଁର ମହିଳାଙ୍କ ବାମ ଗୋଡ଼ ପାଦରେ ଯନ୍ତ୍ରଣା ଅନୁଭବ ଚିକିତ୍ସା ପାଇଁ ତାଙ୍କ ସ୍ୱାମୀ ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ଡ଼ାକ୍ତର ତାଙ୍କ ବାମ ଗୋଡ଼ ବଦଳରେ ଡ଼ାହାଣ ଗୋଡ଼ର ଅପରେସନ କରିଛନ୍ତି ବୋଲି ଅଭିଯୋଗ ହୋଇଛି। ଏହା ପରେ ଭୁଲ ଜଣାପଡ଼ିବା ପରେ ପୁଣି ବାମ ଗୋଡ଼ ମଧ୍ୟ ଅପରେସନ କରିଥିଲେ। ଦୁଇଟି ଯାକ ଗୋଡ଼ ଅପରେସନ ହେବା କାରଣରୁ ସଂପୃକ୍ତ ରୋଗୀ ଚାଲିପାରୁନାହାନ୍ତି। ଏହି କାରଣରୁ ଡ଼ାକ୍ତରଖାନାରେ କ୍ଷତିପୂରଣ ପାଇଁ ଉତ୍ତେଜନା ସୃଷ୍ଟି ହୋଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories