nua o banner

ପଟିଆ ଡିଗ୍ରୀ କଲେଜରେ ଆରମ୍ଭ ହେଲା ‘ମୋ କଲେଜ ଅଭିଯାନ’ , ସାମଗ୍ରିକ ବିକାଶର ଦାୟିତ୍ୱ ନେବେ ପୁରାତନ ଛାତ୍ରଛାତ୍ରୀ

BJD Bijuli 480×75 Mob

ଭୁବନେଶ୍ବର: ପଟିଆସ୍ଥିତ ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜର ‘ମୋ କଲେଜ ଅଭିଜାନ’ ଆରମଭ ହୋଇଛି। ଅଧ୍ୟକ୍ଷ ପ୍ରଶାନ୍ତ ରାଉତଙ୍କ ଉଦ୍ୟମ ଓ ସହଯୋଗରେ ପଟିଆ ଡିଗ୍ରୀ କଲେଜର ଓଡ଼ିଶା ସରକାରଙ୍କ ଉଚ୍ଚବିଭାଗ ଦ୍ବାରା ‘ମୋ କଲେଜ ଅଭିଯାନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ପଟିଆ ଡିଗ୍ରୀ କଲେଜ ଅଧ୍ୟକ୍ଷ ପ୍ରଶାନ୍ତ ରାଉତ କହିଥିଲେ ଯେ ପୁରାତନ ଛାତ୍ରଛାତ୍ରୀ ସାମଗ୍ରିକ ବିକାଶର ଦାୟିତ୍ୱ ନେବେ। ‘ମୋ କଲେଜ ଅଭିଯାନ’ରେ ପୁରାତନ ଛାତ୍ରଛାତ୍ରୀ ଓ ଶିକ୍ଷାନୁଷ୍ଠାନ ଏକ ଆବେଗ ସେତୁ ପରି କାର୍ଯ୍ୟ କରିବାର ସହାୟକ ହୋଇପାରିବ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ବିଶିଷ୍ଟ ଶିକ୍ଷାବିତ୍ ଡ. ନିରଞ୍ଜନ ଶତପଥି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ପୂର୍ବତନ କର୍ପୋରେଟର ଜୟନ୍ତୀ ଜେନା ଏବଂ ପୁରାତନ ଛାତ୍ରଛାତ୍ରୀ ସଙ୍ଘର ସମ୍ପାଦକ ସ୍ନେହାଶିଷ ପତି ଯୋଗ ଦେଇଥିଲେ। ‘ମୋ କଲେଜ ଅଭିଯାନ’ର କଲେଜ ସଂଯୋଜକ ପ୍ରବୀଣ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଥିରେ ଅଭିଭାବକ, ସମସ୍ତ ପୁରାତନ ଛାତ୍ରଛାତ୍ରୀ, କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ବିଶିଷ୍ଟ ଶିକ୍ଷାବିତ ଉପସ୍ଥିତ ଥିଲେ।

Comments are closed.