www.samajalive.in
Monday, December 15, 2025
26.1 C
Bhubaneswar

ଆଜିଠୁ ୩୧ ପର୍ଯ୍ୟନ୍ତ ପ୍ଲାନେଟୋରିୟମରେ ଗ୍ରହପୁଞ୍ଜ ପରେଡ୍

ଭୁବନେଶ୍ବର : ସୌରଜଗତର ମଙ୍ଗଳ, ଶୁକ୍ର, ବୃହସ୍ପତି, ଶନି, ନେପ୍‌ଚୁନ୍ ଓ ୟୁରେନ୍ସ ସମେତ ୬ଟି ଗ୍ରହଙ୍କୁ ନେଇ ବିରଳ ମହାଜାଗତିକ ଦୃଶ୍ୟ ଆଜିଠାରୁ ୩୧ ତାରିଖ ପର୍ଯ୍ୟନ୍ତ ଦେଖିବାକୁ ମିଳିବ। ଏହି ଗ୍ରହଗୁଡ଼ିକ ଏକ ସରଳରେଖାରେ ରହିବା ଦ୍ୱାରା ଆକାଶରେ ଏକ ସୁନ୍ଦର ଦୃଶ୍ୟ ଦେଖିହେବ। ମଙ୍ଗଳ, ଶୁକ୍ର, ବୃହସ୍ପତି ଏବଂ ଶନି ଭଳି ଗ୍ରହ ଏକ ସରଳରେଖାରେ ରହି ସୁନ୍ଦର ଦୃଶ୍ୟ ସୃଷ୍ଟି କରିବେ ଏବଂ ଏଗୁଡ଼ିକୁ ଖାଲି ଆଖିରେ ଦେଖିହେବ। ସେହିଭଳି ଦୂରବୀକ୍ଷଣ ଏବଂ ଟେଲିସ୍କୋପ ମାଧ୍ୟମରେ ନେପ୍‌ଚୁନ୍ ଏବଂ ୟୁରେନ୍ସ ଦୃଶ୍ୟମାନ ହେବ। ସର୍ବସାଧାରଣଙ୍କ ପାଇଁ ଏଥିନିମନ୍ତେ ବ୍ୟବସ୍ଥା କରାଯାଇଛି। ବିଜ୍ଞାନ ଓ କାରିଗରୀ ବିଭାଗ ଅଧୀନରେ ଥିବା ଭୁବନେଶ୍ୱରସ୍ଥିତ ପଠାଣି ସାମନ୍ତ ପ୍ଲାନେଟୋରିୟମରେ ଏହି ବିରଳ ଦୃଶ୍ୟ ଦେଖିବାର ବ୍ୟବସ୍ଥା କରାଯାଇଛି। ସୋମବାର ବ୍ୟତୀତ ଅନ୍ୟ ଦିନଗୁଡ଼ିକରେ ସନ୍ଧ୍ୟା ସାଢ଼େ ୫ଟାରୁ ସାଢ଼େ ୭ଟା ପର୍ଯ୍ୟନ୍ତ ଏଭଳି ବିରଳ ଦୃଶ୍ୟ ଦର୍ଶକ ଦେଖିବାର ସୁଯୋଗ ପାଇବେ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories