www.samajalive.in
Saturday, December 13, 2025
23.1 C
Bhubaneswar

ପୂର୍ବ ଶତ୍ରୁତାରୁ ପଥରରେ ଛେଚି ଓ୍ୱାର୍ଡ ମେମ୍ବରଙ୍କୁ ହତ୍ୟା

ପଟ୍ଟାଙ୍ଗି – କୋରାପୁଟ ଜିଲ୍ଲାର ଆନ୍ଧ୍ର ସିମାନ୍ତ ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଅମ୍ପାପାଲି ପଞ୍ଚାୟତ ର ମୁଲାଗୁଡା ଗ୍ରାମ ନିବାସୀ ପାଲବାଲସା ଓ୍ୱାର୍ଡ ମେମ୍ବର ଆଦାରୀ ନାଶାୟା (୫୫) ଙ୍କୁ ପଥର ଛେଚି ହତ୍ୟା । ଶୁକ୍ରବାର ବିଳମ୍ବିତ ରାତ୍ରିରେ ତାଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି ।

ସୂଚନା ଯୋଗ୍ୟ ଗତ ଶୁକ୍ରବାର ଦିନ ବଣ୍ଡାଗୁଡା ଗ୍ରାମର ଏକ ଭୋଜିଭାତରେ ଯୋଗଦେବାକୁ ଆଦାରୀ ନାଶାୟା ଗାଁ ର କିଛି ଲୋକ ଙ୍କ ସହ ଯାଇଥିଲେ । ସେଠାରୁ ଭୋଜିଖାଇ ବିଲମ୍ବିତ ରାତ୍ରରେ ଫେରିବା ବେଳେ ପୂର୍ବ ଶତ୍ରୁତାରୁ ଯୋଜନା ବଧ୍ୟ ଭାବେ ୮ ଜଣ ମିଶି ପାଲବାଲସା ଓ ବୋଡାପାଡୁ ଜେତା ପାହାଡ଼ ମଝିରେ ପଥରରେ ଛେଚି ତାଙ୍କୁ ହତ୍ୟା କରି ଥିବା ଜଣାପଡିଛି।

- Advertisement -

ଘଟଣା ଶୁକ୍ରବାର ବିଳମ୍ବିତ ରାତ୍ରିରେ ଘଟିଥିବା ବେଳେ ରବିବାରରେ ନର୍ଶାୟାଙ୍କ ପୁଅ ଆଦାରୀ ମହେଶ ପଟ୍ଟାଙ୍ଗି ଥାନାରେ ଲିଖିତ ଅଭିଯୋଗ କରିବା ପରେ ସୁନାବେଡ଼ା ଉପ ଆରକ୍ଷୀ ନିରୀକ୍ଷକ ମନୋଜ କୁମାର ବେହେରା, ପଟ୍ଟାଙ୍ଗି ଥାନା ଅଧିକାରୀ କୈବଲ୍ୟ ସେଠ,ସୁଙ୍କି ଫାଣ୍ଡି ଅଧିକାରୀ କରୁଣାକର ଶବର, କୋରାପୁଟ ସାଇଣ୍ଟିଫିକ ଦଳ ଙ୍କ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ପୁଲିସ ମୃତ ନର୍ଶାୟାଙ୍କ ଶବକୁ ପଟ୍ଟାଙ୍ଗି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଶବଵ୍ୟବଛେଦ କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛନ୍ତି। ଏହି ମାମଲାରେ ପଟ୍ଟାଙ୍ଗି ପୋଲିସ ଗ୍ରାମର ୮ ଜଣକୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ଶ୍ରୀ ସେଠ ସୁଚନା ଦେଇଛନ୍ତି।|

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories