ପାଟଣା: ଆଜି ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ପ୍ରଥମ କରି ୧୮ରୁ ୪୪ ବର୍ଷ ଗର୍ଭବତୀ ମହିଳାଙ୍କୁ କରୋନା ଟିକା ଦିଆଯାଇଛି। ପାଟଣା ବ୍ଲକର ଚାରୋଟି ସ୍ବାସ୍ଥ୍ୟ କେନ୍ଦ୍ରରେ ୫ଶହ କରୋନା ଟୀକା ଦିଆଯାଇଥିବା ବେଳେ ସେଥିମଧ୍ୟରୁ ୨୫୬ ଜଣ ଗର୍ଭବତୀ ମହିଳାଙ୍କୁ ଦିଆଯାଇଛି। ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସହ ଡୁମୁରିଆ, କେନ୍ଦେଇପଶି, ତୁରୁମୁଙ୍ଗା, ରାଜନଗର ସ୍ବାସ୍ଥ୍ୟ କେନ୍ଦ୍ରରେ ବୁଧବାର ସକାଳ ୯ ଠାରୁ ଟୀକା ଦାନ ଆରମ୍ଭ ହୋଇଥିଲା। ପାଟଣା ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଚନ୍ଦ୍ରଭାନୁ ମହାନ୍ତ, ସ୍ବାସ୍ଥ୍ୟକର୍ମୀ ଗୀତଞ୍ଜଳୀ ନାଏକ, ସରସ୍ୱତୀ ମହାନ୍ତ, କମ୍ପାଉଣ୍ଡର ପ୍ରତାପ ଚନ୍ଦ୍ର ମହାନ୍ତ, ଜଗନ୍ନାଥ ନାଏକ ପ୍ରମୁଖ ଉପସ୍ଥିତରେ ସାମାଜିକ ଦୂରତା ରଖି ,ସୁରକ୍ଷା ଭିତରେ ଗର୍ଭବତୀ ମାନଙ୍କୁ ଟୀକାକରଣ ଦିଆଯାଇ ଥିବା ବିପିଏମ ଦିପକ କୁମାର ନାଏକ ସୂଚନା ଦେଇଛନ୍ତି।
Popular Categories



