ବିଜେଡିରୁ ଇସ୍ତଫା ଦେଲେ କେନ୍ଦୁଝର ଜିଲା ଉପସଭାପତି
ପାଟଣା : କେନ୍ଦୁଝର ଜିଲା ବିଜେଡି ଉପସଭାପତି ପଦରୁ ଦେବାନନ୍ଦ ପୃଷ୍ଟି ରବିବାର ଇସ୍ତଫା ଦେଇଛନ୍ତି । ପୃଷ୍ଟି ତାଙ୍କ ଇସ୍ତଫା ପତ୍ର ବିଜେଡି ଜିଲା ସଭାପତି ବିମ୍ବାଧର ବିଶ୍ୱାଳଙ୍କ ନିକଟକୁ ପଠାଇବା ସହ ଏହାକୁ ଯଥାଶୀଘ୍ର ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି । ବିଜୁ ଜନତା ଦଳର କୌଣସି କାର୍ୟ୍ୟକ୍ରମରେ ତାଙ୍କୁ ଗୁରୁତ୍ୱ ଦେଉନଥିବା ଓ ଜିଲ୍ଲା ବିଜେଡି କାର୍ୟ୍ୟାଳୟ ପକ୍ଷରୁ ଅଣଦେଖା କରାଯିବା ସହ ପାଟଣା ବିଜେଡି ବିଧାୟକ ପ୍ରାର୍ଥୀ ତାଙ୍କୁ ଗୁରୁତ୍ୱ ଦେଉ ନଥିବା ଯୋଗୁଁ ସେ ତାଙ୍କ ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି ।
Comments are closed.