www.samajalive.in
Saturday, December 6, 2025
15.1 C
Bhubaneswar

ସର୍ଭିସ୍ ରୋଡ ଫମ୍ପା ହୋଇଗଲାଣି, ମରାମତି ପାଇଁ ଦାବି

ପାଟଣା : ୨୦ ନଂ ଜାତୀୟ ରାଜପଥ ଅନ୍ତର୍ଗତ ଢେଙ୍କିକୋଟ ସର୍ଭିସ ରୋଡର ପଞ୍ଚାୟତ ପାର୍ଶ୍ଵ ୨ଟି ସ୍ଥାନରେ ଫମ୍ପା ହୋଇ ରାସ୍ତା ବିପଦ ଶଙ୍କୁଳ ହୋଇପଡିଛି। ସେହିପରି ପଞ୍ଚାୟତରୁ ଟସର ସୋସାଇଟି ମଧ୍ୟରେ ଏକାଧିକ ବିପଦ ସଙ୍କୁଳ ହମ୍ପସ ନିର୍ମାଣ କରାଯାଇଥିବାରୁ ବାରମ୍ବାର ଛୋଟ ମୋଟ ଦୁର୍ଘଟଣା ଘଟୁଛି। ହମ୍ପସ ସ୍ଥାନରେ ସ୍କୁଟି ଓ ଛୋଟ ଛୋଟ କାରର ନିମ୍ନ ଭାଗ ଘସି ହୋଇ ଯାଉଛି । ବିଦେଶୀ ମଦ ଦୋକାନ ପାଖରୁ ଟସର ସୋସାଇଟି ମଧ୍ୟରେ ବାମ ପାର୍ଶ୍ୱରେ ସର୍ଭିସ ରୋଡ ପାର୍ଶ୍ୱ ଧୋଇ ଯାଇ ରାସ୍ତା ଭିତର ଫମ୍ପା ହୋଇ ଗର୍ତ୍ତ ହୋଇଯାଇଛି । ଯେକୌଣସି ମୁହୂର୍ତ୍ତରେ ଅଘଟଣ ଘଟିବା ଆଶଙ୍କା ରହିଛି । ଠିକା ସଂସ୍ଥା ଚିପ୍ସ ଜମା କରି ରଖିଥିଲେ ମଧ୍ୟ ଏହାର ମରାମତି ବିଳମ୍ବ ହେଉଥିବାରୁ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories