www.samajalive.in
Saturday, December 6, 2025
23.1 C
Bhubaneswar

ସମାଜବାଦୀ ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନଙ୍କ ପରଲୋକ

ପିପିଲି : ସମାଜବାଦୀ ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନଙ୍କର ଆଜି ସକାଳେ ଭୁବନେଶ୍ୱର ଠାରେ ଏକ ସଡକ ଦୁର୍ଘଟଣାରେ ପରଲୋକ ଘଟିଛି । ସେ ଆଜି ଭୁବନେଶ୍ୱରରୁ ପିପିଲିକୁ ବାଇକ ଯୋଗେ ଆସୁଥିବା ବେଳେ ଶିଶୁ ଭବନ ଛକ ଠାରେ ଦୁର୍ଘଟଣାର ଶିକାର ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ବିଭିନ୍ନ ମହଲରେ ଶୋକର ଛାୟା ଖେଳାଇ ଦେଇଛି । ତାଙ୍କ ନିଜ ଘର ପିପିଲି ନିକଟବର୍ତ୍ତୀ ସୁନାମୁଇଁ ଗ୍ରାମରେ ହୋଇଥିବା ବେଳେ ସେ ଜଣେ ମେଳାପୀ, ମିଷ୍ଠ ଭାଷୀ, ପରୋପକାରୀ, ସ୍ନେହୀ ମଣିଷ ଭାବେ ସାଧାରଣରେ ବେଶ ପରିଚିତ ଥିଲେ । ଜଣେ ମେଧାବୀ ଛାତ୍ର ଭାବେ ପରିଚିତ ସ୍ବର୍ଗତ ପ୍ରଧାନଙ୍କର ପିଲାଟିବେଳୁ ସମାଜସେବା ଓ ସାହିତ୍ୟ ପ୍ରତି ଗଭୀର ରୁଚି ଥିଲା ।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories