www.samajalive.in
Saturday, December 6, 2025
26.1 C
Bhubaneswar

୩ ପଞ୍ଚାୟତ ପାଇଁ କେବେ ଆରମ୍ଭ ହେବ ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ

ରେଙ୍ଗାଲି : ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ୍ ଅନ୍ତର୍ଗତ ସାଳଡ ଗ୍ରାମ ପଞ୍ଚାୟତରେ ନିର୍ମାଣ ହେଉଥିବା ବୃହତ୍ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଆସନ୍ତା ଡିସେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ ହୋଇ ଜନ ସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଆରମ୍ଭ ହେବ ବୋଲି କୁହାଯାଉଛି। ଇତି ମଧ୍ୟରେ ଏହି ପ୍ରକଳ୍ପର ୮୦% କାମ ସରି ଯାଇଥିବା ବିଭାଗୀୟ ଅଧିକାରୀଙ୍କ ସୁତ୍ରରୁ ପ୍ରାପ୍ତ ସୂଚନାରୁ ଜଣା ପଡିଛି।
ଏହି ପ୍ରକଳ୍ପରୁ ରେଙ୍ଗାଲି ବ୍ଲକରେ ଥିବା ୧୬ଟି ପଞ୍ଚାୟତ ମଧ୍ୟରୁ ୧୩ ଟି ପଞ୍ଚାୟତକୁ ଜଳ ଯୋଗାଣ କରାଯିବାର ବ୍ୟବସ୍ଥା ରହିଛି। ଲଇଡା,ରେଙ୍ଗଲୋଇ ଏବଂ କିନାଲୋଇ ପଞ୍ଚାୟତକୁ ସାଳଡରେ କାର୍ୟ୍ୟକ୍ଷମ ହେବାକୁ ଥିବା ବୃହତ୍ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ରୁ ବାଦ୍ ଦିଆଯାଇଛି। ଏହି ୩ଟି ପଞ୍ଚାୟତକୁ କୁଚିଣ୍ଡାରେ ହେବାକୁ ଥିବା ବୃହତ୍ ପାନୀୟ ଜଳ ଯୋଗାଣ ପ୍ରକଳ୍ପରୁ ପାନୀୟ ଜଳ ଯୋଗାଣ କରାଯିବ ବୋଲି କୁହାଯାଉଛି। ତେବେ ରେଙ୍ଗାଲି ନିକଟସ୍ଥ ସାଳଡରେ ନିର୍ମାଣାଧିନ ପ୍ରକଳ୍ପର ୮୦ ଭାଗ କାମ ସମ୍ପୂର୍ଣ୍ଣ ହୋଇ ଡିସେମ୍ବରରୁ ପ୍ରକଳ୍ପ କାର୍ୟ୍ୟକ୍ଷମ ହେବ ବୋଲି କୁହାଯାଉଥିବା କୁଚିଣ୍ଡାରେ ହେବାକୁ ଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଅଗ୍ରଗତି ନୈରାଶ୍ୟଜନକ। ଏହି ପରିପ୍ରେକ୍ଷୀରେ କୁଚିଣ୍ଡା ଅଞ୍ଚଳରୁ ରେଙ୍ଗାଲି ବ୍ଲକର ଲଇଡା,ରେଙ୍ଗଲୋଇ ଏବଂ କିନାଲୋଇ ପଞ୍ଚାୟତ ଅଞ୍ଚଳକୁ ସଂଯୋଗ ହେବାକୁ ଥିବା ବୃହତ୍ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାମ କେବେ ଆରମ୍ଭ ହୋଇ କେବେ ଶେଷ ହୋଇ କାର୍ୟ୍ୟକ୍ଷମ ହେବ ବୋଲି ଜନସାଧାରଣରେ ପ୍ରଶ୍ନ ହେଉଛି। ଜିଲ୍ଲାପାଳ ଏବଂ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏ ଦିଗରେ ଦୃଷ୍ଟିଦେଇ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ୟ୍ୟ ତ୍ବରାନ୍ବିତ କରିବାକୁ ଜନସାଧାରଣରେ ଦାବି ହେଉଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories