www.samajalive.in
Saturday, December 6, 2025
26.1 C
Bhubaneswar

ଥାନା ସାମ୍ନା ପୋଖରୀରୁ ମିଳିଲା କନେଷ୍ଟବଳଙ୍କ ମୃତଦେହ

ହାଟଡ଼ିହି: କେନ୍ଦୁଝର ଜିଲା ନନ୍ଦିପଦା ଥାନାର ଜଣେ କନେଷ୍ଟବଳଙ୍କ ମୃତଦେହ ଥାନା ସାମ୍ନାରେ ଥିବା ପୋଖରୀରୁ ଉଦ୍ଧାର ହୋଇଛି। ମୃତ କନେଷ୍ଟବଳଙ୍କ ନାମ ପ୍ରଦୀପ ନାୟକ। କେନ୍ଦୁଝର ଜିଲା ହରିଚନ୍ଦନପୁରରେ ତାଙ୍କ ଘର। ସେ କେନ୍ଦ୍ରାପଡ଼ାରେ ସପରିବାର ରହୁଥିଲେ। ସେ ଥାନା ବ୍ୟାରାକ୍‌ରେ ରହୁଥିବାବେଳେ ଗତକାଲି ସନ୍ଧ୍ୟାରେ କେଉଁଆଡେ ଯାଇ ଆଉ ଫେରିନଥିଲେ। ଆଜି ସକାଳୁ ପୋଖରୀରେ ଏକ ମୃତଦେହ ଭାସୁଥିବା ଦେଖି ପୁଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ। ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ସହାୟତାରେ ମୃତଦେହ ଉଦ୍ଧାର ହେବାପରେ ମୃତକ କନେଷ୍ଟବଳ ପ୍ରଦୀପ ନାୟକ ବୋଲି ଜଣା ପଡ଼ିଥିଲା। ମୃତଦେହ ଉଦ୍ଧାର ପରେ ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ମେଡିକାଲକୁ ପଠାଯାଇଛି। ଘଟଣାର ଅଧିକ ତଦନ୍ତ କରୁଛି ନନ୍ଦିପଦା ପୁଲିସ୍ ।

Hot this week

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

Related Articles

Popular Categories