ପାଟଣା : ସଦର ବ୍ଲକ ଅନ୍ତର୍ଗତ ବୋଦାପଳସା ନିକଟରେ ଜାତୀୟ ରାଜପଥ ନିର୍ମାଣ ପାଇଁ ମାଟି ଉଠାଯାଇଥିବା ସ୍ଥାନରେ ଏକ ବଡ଼ ଗଭୀର ଜଳାଶୟ ସୃଷ୍ଟି ହୋଇଥିଲା। ଏହି ଜଳାଶୟ ବନ୍ଧରେ ବୁଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ସଦରପଡା ଗ୍ରାମର ହରେକୃଷ୍ଣ ମହାନ୍ତ (୫୪) ବୋଲି ଜଣାପଡିଛି । ବିଲବାଡି କାମ ସାରି ସନ୍ଧ୍ୟାରେ ସେ ଏହି ଜଳାଶୟରେ ଗାଧୋଉଥିବା ସମୟରେ ୩୫ ଫୁଟ ଗଭୀର ଜଳରେ ବୁଡି ଯାଇଥିଲେ। ପାଟଣା ଓ କେନ୍ଦୁଝର ଅଗ୍ନିଶମବାହିନୀ ମିଳିତ ଭାବେ ଜଳାଶୟରେ ଖୋଜି ଖୋଜି ହରେକୃଷ୍ଣଙ୍କ ମୃତଦେହକୁ ଉଦ୍ଧାର କରି ଟାଉନ ଥାନା ପୁଲିସ ଜିମା ଦେଇଛନ୍ତି ।
Popular Categories



