ସମଲେଇ ଯୋଜନାରେ କ୍ଷତିପୂରଣ ପାଇ ନ ଥିବା ଅଭିଯୋଗ
ସମ୍ବଲପୁର : ସମ୍ବଲପୁରରେ ମାଁ’ ସମଲେଶ୍ୱରୀ ପୀଠର ପୁନଃ ବିକାଶ କାର୍ଯ୍ୟ ସମଲେଇ ଯୋଜନା ଅର୍ନ୍ତଗତ ଜାରି ରହିଥିବା ବେଳେ ଏଥି ପାଇଁ ବିସ୍ଥାପିତ ହୋଇଥିବା କିଛି ପରିବାର ଏ ପର୍ଯ୍ୟନ୍ତ କ୍ଷତିପୂରଣ ପାଇ ନ ଥିବାର ଅଭିଯୋଗ କରିଛନ୍ତି। ଶୁକ୍ରବାର ସ୍ଥାନୀୟ ଘୁନଘୁଟିପଡ଼ାର ଅନେକ ନିବାସୀ ବର୍ତ୍ତମାନ ସୁଦ୍ଧା କ୍ଷତିପୂରଣ ପାଇ ନ ଥିବା ଅଭିଯୋଗ କରି ଜିଲାପାଳଙ୍କ କାର୍ଯ୍ୟାଳୟରେ ଦ୍ୱାରସ୍ଥ ହୋଇଥିଲେ। ବର୍ତ୍ତମାନ ସୁଦ୍ଧା ୨୪ଟି ପରିବାରଙ୍କୁ ଥଇଥାନ କରାଯାଇ ନାହିଁ କି କ୍ଷତିପୂରଣ ମଧ୍ୟ ଦିଆଯାଇ ନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏଣୁ ସେମାନେ ଜିଲାପାଳଙ୍କ ନିକଟରେ ଦ୍ୱାରସ୍ଥ ହୋଇ ସମଲେଇ ଯୋଜନାର ଶୁଣାଣୀରେ ସେମାନଙ୍କର ଅଭିଯୋଗ ଦାଖର କରିଛନ୍ତି। ଏଥି ସହ ଭୂ ଅର୍ଜନ ଅଧିକାରୀ ଆଦିତ୍ୟ ପଣ୍ଡାଙ୍କ ସହିତ ବିସ୍ଥାପିତମାନେ ଆଲୋଚନା କରି ସେମାନଙ୍କର ସମସ୍ୟାର ସମାଧାନ ଦାବି କରିଛନ୍ତି।
Comments are closed.