ସମ୍ବଲପୁର : ସମ୍ବଲପୁର ମହାନଗର ନିଗମ ଅର୍ନ୍ତଗତ ସ୍ନେହାପାଲି ଗ୍ରାମବାସୀ ଆବାସ ଯୋଜନାରୁ ବଞ୍ଚିତ ରହିଛନ୍ତି ବୋଲି ଜିଲା ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି। ଶୁକ୍ରବାର ଜିଲା ପ୍ରଶାସନକୁ ଦେଇଥିବା ଦାବିପତ୍ର ଅନୁଯାୟୀ, ସେମାନେ ପ୍ରାୟ ୭୦ ବର୍ଷ ହେବ ସ୍ନେହାପାଲି ଗ୍ରାମରେ ରହି ଆସୁଥିବାବେଳେ ସେମାନଙ୍କୁ ଆଜି ପର୍ଯ୍ୟନ୍ତ ସ୍ଥାୟୀ ପଟ୍ଟା ପ୍ରଦାନ କରାଯାଇନାହିଁ। ଫଳରେ ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମେତ ଅନ୍ୟାନ୍ୟ ଯୋଜନା ଗୁଡିକରେ ସାମିଲ ହୋଇ ପାରୁନାହାନ୍ତି। ଏଣୁ ସେମାନଙ୍କୁ ଜମି ପଟ୍ଟା ପ୍ରଦାନ କରାଗଲେ ଘର ଖଣ୍ଡିଏ ପାଇପାରିବେ ବୋଲି ଜିଲା ପ୍ରଶାସନ ନିକଟରେ ଅନୁରୋଧ କରିଛନ୍ତି। ପ୍ରଦତ୍ତ ଦାବିପତ୍ରରେ ସୁଷମା ଖଡିଆ, କୁନ୍ତି ଖଡିଆ, ବାସନ୍ତି ଖଡିଆ, ଡୁଲେଶ୍ୱରୀ ଧନୁଆର, ସୀତା ଖଡିଆ, ଲଳିତା ଖଡିଆ, ଶନିବାରୀ ଖଡିଆ, ସରସ୍ୱତୀ ଖଡିଆଙ୍କ ସମେତ ଅନେକ ଅଞ୍ଚଳବାସୀଙ୍କର ଦସ୍ତଖତ ରହିଛି।
Popular Categories



