ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ରାଜ୍ୟର ୬୩୨୨୯ ପଞ୍ଚାୟତ, ୯୭୩୦ ପଞ୍ଚାୟତ ସମିତି, ୯୨୮ ଜିଲା ପରିଷଦ ପାଇଁ ମତଦାନ ଆରମ୍ଭ ହୋଇଥିବା ସୂଚନା ମିଳିଛି। ୫ କୋଟି ୬୭ ଲକ୍ଷ ଭୋଟର ନିର୍ଦ୍ଧାରଣ କରିବେ ଭାଗ୍ୟ । ଜୁଲାଇ ୧୧ ତାରିଖରେ ଫଳାଫଳ ଘୋଷଣା ହେବ। ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗତକାଲି ମୁର୍ଶିଦାବାଦ ଜିଲାରେ ଜଣେ କଂଗ୍ରେସ କର୍ମୀଙ୍କୁ ହତ୍ୟା କରାଯାଇଥିବାବେଳେ କୁଚ ବେହାର ଜିଲାରେ ଗୁଳିମାଡ଼ରେ ୪ ଜଣ ବିଜେପି କର୍ମୀ ଆହତ ହୋଇଛନ୍ତି। ନିର୍ବାଚନ ପାଇଁ ପଶ୍ଚିମବଙ୍ଗରେ ବହୁ ମାତ୍ରାରେ ହିଂସାତ୍ମକ ଘଟଣା ଘଟିବା ସହ ଜୀବନ ହାନୀ ହେଉଥିବାରୁ ନିର୍ବାଚନ ଫଳାଫଳ ଘୋଷଣା ପରେ ବି ଆସନ୍ତା ୧୦ ଦିନ ପାଇଁ ରାଜ୍ୟରେ ମୁତୟନ ରହିବାକୁ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବାହିନୀକୁ ନିର୍ଦ୍ଦେଶ ଦିଆଯାଇଛି।
Popular Categories



