www.samajalive.in
Saturday, December 6, 2025
15.1 C
Bhubaneswar

ପୁଲିସ୍ କନେଷ୍ଟବଳଙ୍କ ଆତ୍ମହତ୍ୟା

ପାଟଣା : କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ହାତିନୋଟା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି  । ଜଣେ ପୁଲିସ କର୍ମଚାରୀ ଗଛରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତ ପୁଲିସ କର୍ମଚାରୀ ପ୍ରେମାନନ୍ଦ ନାଏକ ବୋଲି ଜଣାପଡିଛି । ଗତକାଲି ରାତି ଗାଁର ପ୍ରେମାନନ୍ଦ ନାଏକ ତାଙ୍କ ଘର ପାଖରେ ଥିବା ସଜନା ଗଛରେ ବେକରେ ଚୁନି ବାନ୍ଧି ଆତ୍ମହତ୍ୟା କରିଛନ୍ତି । ପ୍ରେମାନନ୍ଦ ପୁଲିସ କନେଷ୍ଟବଳ (ଏ.ଏସ୍.ଏ.ପି) ପୋଷ୍ଟରେ କାର୍ୟ୍ୟରତ ଥିଲେ। ତାଙ୍କର ୫-୬ ବର୍ଷ ପୂର୍ବେ ବିବାହ ହୋଇଥିବା ବେଳେ ତାଙ୍କର ୫ ବର୍ଷର ପୁଅଟିଏ ଅଛି ଏବଂ ଏବଂ ଦୁଇ ବର୍ଷର ଛୋଟ ଝିଅଟିଏ ମଧ୍ୟ ଅଛି । ତେବେ ଦୀର୍ଘଦିନ ହେବ ଘରକୁ ଆସିଥିବା ପ୍ରେମାନନ୍ଦ ଗତକାଲି ରାତିରେ କାହିଁକି ଆତ୍ମହତ୍ୟା କଲେ ତାହା ଅସ୍ପଷ୍ଟ ଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଂଚି ଶବଟିକୁ ଉଦ୍ଧାର କରି ତଦନ୍ତ ଚଲାଇଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories