www.samajalive.in
Saturday, December 6, 2025
15.1 C
Bhubaneswar

ଗରା ବାଲତି ଧରି ପଞ୍ଚାୟତ ଫାଟକ ବନ୍ଦ କଲେ ମହିଳା

ପାଟଣା : ସାହାରପଡ଼ା ବ୍ଲକ ଅନ୍ତର୍ଗତ ଖୁଣ୍ଟାପଡ଼ା ପଞ୍ଚାୟତ ହୁଡ଼ି ସାହିର ବହୁ ମହିଳା ପଞ୍ଚାୟତକୁ ଆସି ଫାଟକ ସାମ୍ନାରେ ଗରା ବାଲତି ରଖି ଧାରଣା ଦେଇଥିଲେ। ସାହିରେ ଥିବା ନଳକୂପଟି ଅଚଳ ହୋଇପଡ଼ିଥିବାରୁ ପାନୀୟ ଜଳ ସଂଗ୍ରହ ପାଇଁ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଥିଲେ। ବର୍ଷ ବର୍ଷ ଧରି ନିଜର ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିଥିବା ୧୨୦ ଘରର ଆଦିବାସୀ ପରିବାର ପାଣି ନ ପାଇବାରୁ ପଞ୍ଚାୟତ ସମ୍ମୁଖରେ ଗରିଆ ବାଲତି ଧରି ଧାରଣା ଦେଇଥିଲେ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଳକ ଖୁଣ୍ଟାପଡା ପଞ୍ଚାୟତ କାର୍ୟ୍ୟାଳୟ ସାମ୍ନାରେ। ହୁଡି ସାହିରୁ ବ୍ଲକ ମୁଖ୍ୟାଳୟ ମାତ୍ର ସାହାରପଡା ୭ କିଲୋମିଟର ଦୂରରେ ରହିଥିବା ବେଳେ ୧୩୦ ପରିବାରର ପ୍ରାୟ ୪୫୦ଲୋକ ବସବାସ କରୁଛନ୍ତି। ହେଲେ ପାଣି ନ ପାଇବାରୁ ପଞ୍ଚାୟତ ସମ୍ମୁଖରେ ଧାରଣା ଦେଇଛନ୍ତି। ସମାଧାନର ପ୍ରତିଶ୍ରୁତି ମିଳିବା ପରେ ସେମାନେ ଧାରଣାରୁ ଓହରି ଥିବା ଜଣାପଡିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories