www.samajalive.in
Saturday, December 6, 2025
14.1 C
Bhubaneswar

୬ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକରେ ଗଞ୍ଜେଇ ଚାଷ ସଂପୁର୍ଣ ଭାବରେ ମୂଳ ଉତ୍ପାଟନ ପାଇଁ ଅବକାରୀ ବିଭାଗ ଓ ପୁଲିସ ଜୋର ସୋର ପ୍ରୟାସ ଜାରି ରଖିଥିବା ବେଳେ ଗଞ୍ଜେଇ ଚାଲାଣ କି ଚାଷ କମିବାରେ ନା ଧରୁନି। ଗୋଟାଏ ପଟେ ଫିରିଙ୍ଗିଆ ପୁଲିସ ବାରମ୍ବାର ବିଭିନ୍ନ ସ୍ଥାନରେ ଚଢ଼ଉ ସହ ଗଞ୍ଜେଇ ଜବତ କରିବା ସହ ମାଫିଆ ମାନଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ପୁଣି ଗଞ୍ଜେଇ ଚାଲାଣ ହେଉଥିବା ନେଇ କୌଣସି ସୂତ୍ରରୁ ଖବର ପାଇଥିଲେ। ଫିରିଙ୍ଗିଆ ଥାନା ଅଞ୍ଚଳ ତଳ ଦଣ୍ଡିକିଆ ପଞ୍ଚାୟତର ଜୋକେ ଛକ ନିକଟ ଜଙ୍ଗଲ ରାସ୍ତାରେ ଯାଉଥିବା ସମୟରେ ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ତୁତ ହେଉଥିବା ଚାଲାଣକାରି  ପୁଲିସକୁ ଦେଖି ଗଞ୍ଜେଇ ଛାଡି ଫେରାର ହୋଇଯାଇଥିଲେ। ଘଟଣା ସ୍ଥଳରେ ପୁଲିସ ୨୧୨ କେଜି ଗଞ୍ଜେଇ ଜବତ କରିବା ସହ ଫିରିଙ୍ଗିଆ ଥାନାରେ ୬୨/୨୩ ରେ ଏକ ଗଞ୍ଜେଇ ଚାଲାଣ ସମ୍ପର୍କିତ ମାମଲା ରୁଜୁ କରି ଅଧିକ ତଦନ୍ତ ଚାଲୁ ରହିଥିବା ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ସୂଚନା ଦେଇଛନ୍ତି । ଅନ୍ୟ ପଟେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୬ ଲକ୍ଷରୁ ଅଧିକ ହେବ ବୋଲି ଥାନା ରୁ ସୂଚନା ମିଳିଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories