ନୂଆଦିଲ୍ଲୀ : ଦେଶରେ ଗତ କିଛି ଦିନ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖାଯାଉଛି । ଗତ ୨୪ ଘଣ୍ଟାରେ ଆଉ ୧୨ ହଜାର ୧୯୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କସଂଖ୍ୟା ୪, ୪୮,୮୧, ୮୭୭ରେ ପହଞ୍ଚିଛି। ଏହା ସହ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬୭ ହଜାର ୫୫୬କୁ ବୃଦ୍ଧି ପାଇଛି । ସେହିପରି ଦିନକରେ ଆଉ ୧୦ ହଜାର ୭୬୫ କରୋନା ଆକ୍ରନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୪,୪୨,୮୩,୦୨୧କୁ ବୃଦ୍ଧି ପାଇଛି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳୁଥିବା ସୂଚନା ଅନୁଯାୟୀ, ଦିନକରେ ୪୨ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫,୩୧,୩୦୦ରେ ପହଞ୍ଚିଛି । ଏପର୍ଯ୍ୟନ୍ତ ଦେଶରେ ୨,୨୦,୬୬,୧୦,୧୫୩ କୋଟିରୁ ଅଧିକ ଡୋଜ କରୋନା ଟିକା ଦିଆଯାଇଛି।



