www.samajalive.in
Saturday, December 6, 2025
17.1 C
Bhubaneswar

ପାଟଣାରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସ୍ଥାପନ ପାଇଁ ଦାବି

ପାଟଣା : ଦେଶର ଅନ୍ୟତମ ଅଗ୍ରଣୀ ବ୍ୟାଙ୍କ ଭାବେ ପରିଚିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଏକ ଶାଖା ପାଟଣାରେ ଖୋଲିବାକୁ ସାଧାରଣରେ ଦାବୀ ହୋଇଛି । ରାଜ୍ୟ ସରକାର ପ୍ରତି ପଞ୍ଚାୟତରେ ବ୍ୟାଙ୍କ ଖୋଲିବାକୁ ନିଷ୍ପତି ନେଇଥିବା ପରିପ୍ରେକ୍ଷୀରେ ଏହି ତୁଳନାରେ ପାଟଣା ଓ ସାହରପଡା ବ୍ଲକର ୪୦ ଟି ପଞ୍ଚାୟତ ଅଞ୍ଚଳ ପାଇଁ ଆବଶ୍ୟକ ସଂଖ୍ୟକ ବ୍ୟାଙ୍କ ନାହିଁ। ଅନ୍ୟ ପକ୍ଷରେ ମଧ୍ୟାହ୍ନ ଭୋଜନ ଅନୁଦାନ ପ୍ରଦାନ ପାଇଁ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ବିଦ୍ୟାଳୟକୁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଜମାଖାତା ଖୋଲିବାକୁ କୁହାଯାଇଥିଲା। ତଦନୁଯାୟୀ ପାଟଣା ବ୍ଲକ ଅଞ୍ଚଳରେ ବିଦ୍ୟାଳୟ ଗୁଡିକ ଘଟଗାଁ ବ୍ଲକ ଅନ୍ତର୍ଗତ ଗଦାଧରପୁର ଶାଖାରେ ଓ ସାହରପଡା ବ୍ଲକ ଅଞ୍ଚଳରେ ବିଦ୍ୟାଳୟ ଗୁଡିକ କରଞ୍ଜିଆ ପି ଏନ ବି ଶାଖାରେ ଖାତା ଖୋଲିଛନ୍ତି । ଯାହା ଫଳରେ ଅର୍ଥ ଉଠାଣ ପାଇଁ ଶିକ୍ଷକ ମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଅଞ୍ଚଳରେ ମନରେଗା ହିତାଧିକାରୀ ସଂଖ୍ୟା ବଢିବା, ସ୍ଵୟଂ ସହାୟକ ଗୋଷ୍ଠୀ ସଂଖ୍ୟାରେ ବୃଦ୍ଧି ,ହିତାଧିକାରୀଙ୍କୁ ସମୟପୋଯୋଗୀ ସେବା, ବିଦ୍ୟାଳୟ ଓ ଛାତ୍ରଛାତ୍ରୀଙ୍କ ସୁବିଧାକୁ ଆଖି ଆଗରେ ରଖି ପାଟଣା ଓ ସାହରପଡା ଅଞ୍ଚଳ ପାଇଁ ପାଟଣାରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଏକ ଶାଖା ଖୋଲିବାକୁ ଦାବି ହେଉଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories