www.samajalive.in
Saturday, December 6, 2025
15.1 C
Bhubaneswar

ଗାଁକୁ ନାହିଁ ରାସ୍ତା; ରାତିରେ ଜଙ୍ଗଲ ରାସ୍ତାରେ ୧୦ କିମି ବୋହିଲେ ଶିଶୁକନ୍ୟା ମୃତଦେହ

ପାତ୍ରପୁର: ଦୁର୍ଗମ ଅଞ୍ଚଳରେ ଗାଁକୁ ରାସ୍ତା ନାହିଁ। ମୃତ ଶିଶୁକନ୍ୟାକୁ ବୋହି ୧୦ କିଲୋମିଟର ଜଙ୍ଗଲ ପଥ ପାର କରି ଗାଁକୁ ନେଇ ଅନ୍ତିମ ସଂସ୍କାର କରିବା ଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଦୁର୍ଗମ ଆଙ୍କୁଲି ପଂଚାୟତରେ।

ଆଙ୍କୁଲି ପଂଚାୟତ ଏଲଗଲ ଗ୍ରାମର ଘନଶ୍ୟାମ କାର୍ଜିଙ୍କ ଦେଢ଼ ବର୍ଷର ଝିଅ ଅନିକାଙ୍କୁ ମଙ୍ଗଳବାର ଅପରାହ୍ନରେ ଚିକିତ୍ସା ପାଇଁ ପାତ୍ରପୁର ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ଗୁରୁତର ଝିଅର ମୃତ୍ୟୁ ପରେ ତାକୁ ଶବବୁହା ଗାଡ଼ିରେ ପାହାଡ ତଳ ତାଡକା ସାହି ନେବା ପରେ ସେହିଠାରୁ ରାତିରେ ଜଙ୍ଗଲ ପଥରେ ଦଶ କିଲୋମଟର ବୋହି ନିଜ ଗାଁକୁ ନେଇଛନ୍ତି। ଗ୍ରାମରେ ପହଞ୍ଚିବା ପରେ ଅନ୍ତିମ ସଂସ୍କାର କରାଯାଇଛି। ଘନଶ୍ୟାମ ତୁରୁବୁଡିଠାରେ କାମ କରୁଥିବା ବେଳେ ତାଙ୍କ ଝିଅକୁ ପ୍ରବଳ ଥଣ୍ଡା କାଶ ହେଉଥିଲା। ଏହାପରେ ସେ ଝିଅକୁ ଭ୍ରମରପୁର ଗ୍ରାମରେ ଜଣେ ଚିକିତ୍ସକଙ୍କୁ ଦେଖାଇଥିଲେ। ଶିଶୁର ସ୍ବାସ୍ଥ୍ୟରେ ସୁଧାର ନ ଆସିବାରୁ ତାକୁ ମଙ୍ଗଳବାର ଗୁରୁତର ଅବସ୍ଥାରେ ସୁରଙ୍ଗୀ ପରେ ପାତ୍ରପୁର ଡାକ୍ତରଖାନକୁ ଚିକିତ୍ସା ପାଇଁ ନେଇଥିଲେ। ତେବେ ଡାକ୍ତର ସେଠାରେ ଶିଶୁକୁ ମୃତ ଘୋଷଣା କରିଥିଲେ। ତାଙ୍କର ବିବାହର ୧୨ ବର୍ଷ ପରେ ଏହି ସନ୍ତାନ ଜନ୍ମ ହୋଇଥିଲା। ଏଲଗଲ ଗ୍ରାମଟି ଜଙ୍ଗଲ ଘେରା ମଧ୍ୟରେ ରହିଛି। ଗ୍ରାମର ତିନି ପାର୍ଶ୍ଵରେ ଜଙ୍ଗଲ ରହିଥିବା ବେଳେ ଗୋଟିଏ ପାର୍ଶ୍ଵରେ ବାଘଲଟି ଜଳଭଣ୍ଡାର ରହିଛି। ଲୋକଙ୍କୁ ଜଙ୍ଗଲ ପଥରେ ୯ କିଲୋମିଟର ନଚେତ ଜଳଭଣ୍ଡାର ପାର ହୋଇ ଯିବାକୁ ପଡ଼ୁଛି। ବିଭିନ୍ନ ସମୟରେ ରୋଗୀ ନେବା ବେଳେ ଜଳଭଣ୍ଡାର ମଧ୍ୟରେ ଜୀବନ ଯିବା ନଜିର ରହିଛି। ତିତଲି ବେଳେ ଏହି ଗ୍ରାମ ସହିତ ପାର୍ଶ୍ୱ ଗ୍ରାମମାନଙ୍କରେ ବ୍ୟାପକ କ୍ଷତି ହୋଇଥିଲା। ଏହାକୁ ଦେଖି ଅଞ୍ଚଳକୁ ପଦାଧିକାରୀମାନେ ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିବା ସହ ଲୋକଙ୍କୁ ଅନ୍ୟତ୍ର ଥାଇଥାନ ପାଇଁ ପଦକ୍ଷେପ ଆରମ୍ଭ କରିଥିଲେ। ଏହି ଗ୍ରାମ ସହିତ ଅନ୍ୟ ଗ୍ରାମର ଲୋକଙ୍କୁ ତୁରୁବୁଡ଼ି ମହେନ୍ଦ୍ର ଗଡ ରାସ୍ତାର ଝଗଡ଼ା ପଲ୍ଲୀ ନିକଟରେ ବସତି ପାଇଁ ସ୍ଥାନ ଚିହ୍ନଟ କରିଥିଲେ। ତେବେ ଏ ମଧ୍ୟରେ ଦିନ ଗଡୁଥିବା ବେଳେ ଥଇଥାନ କାର୍ଯ୍ୟ ଜମି ମାପଚୁପ ଓ ଲଟା ସଫାରେ ଅଟକିଛି। ତେଣୁ ପ୍ରଶାସନ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ଦାବୀ ହେଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories