କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ଲାୟନ୍ସ ପବ୍ଳିକ୍ ସ୍କୁଲର ଛାତ୍ରୀ ରାନୀ ବିଶ୍ବାଳ ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେଇ ଜାତୀୟସ୍ତରରେ ପୁରସ୍କୃତ ହୋଇଛନ୍ତି । ସ୍ବାମୀ ବିବେକାନନ୍ଦ ଶିକ୍ଷା ଓ ଗବେଷଣା କେନ୍ଦ୍ର ଦ୍ବାରା ପ୍ରାୟୋଜିତ ଏହି ପ୍ରତିଯୋଗିତାରେ ଚଳିତ ମାସରେ ରାଜ୍ୟସ୍ତରରେ ପୁରସ୍କୃତ ତଥା ମନୋନୀତ ହୋଇ ରାନୀ ବିଶ୍ବାଳ ଗତ ୨୨ ମାର୍ଚ୍ଚରେ ସର୍ବଭାରତୀୟ ସ୍ତରରେ କୃତିତ୍ୱର ସହ ପୁରସ୍କୃତ ହୋଇ ଓଡ଼ିଶା ତଥା ବଲାଙ୍ଗୀର ଜିଲାର ସମ୍ମାନ ବଢ଼ାଇଛନ୍ତି । ସର୍ବଭାରତୀୟ ସ୍ତରରେ ମହାରାଷ୍ଟ୍ରର ନାସିକରେ ଆୟୋଜିତ ହୋଇଥିବା ଏହି ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମରେ ରାନୀ କଳାଶିକ୍ଷକ ହରିଚନ୍ଦନ ଲେଙ୍କାଙ୍କ ତତ୍ତ୍ଵାବଧାନରେ ଯୋଗଦେଇ କୃତିତ୍ୱ ଅର୍ଜନ କରିଛନ୍ତି। ରାନୀଙ୍କର ଏହି ସଫଳତାରେ ବିଦ୍ୟାଳୟର ଅଧ୍ୟକ୍ଷ ଭି.ଭି. ରମଣ ମୂର୍ତ୍ତି ତଥା ଅଭିଭାବକ ଖୁସି ପ୍ରକଟ କରିବା ସହିତ ସ୍ଥାନୀୟ ଜନସାଧାରଣଙ୍କ ଦ୍ବାରା ସମ୍ବର୍ଦ୍ଧିତ ହୋଇପାରିଛନ୍ତି।
Popular Categories



