ପାଟଣା: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ମୁକ୍ତାପୁର ପଞ୍ଚାୟତ ଡଳଙ୍ଗପାଣି ଗ୍ରାମରେ ଭାରତୀୟ ସମନ୍ବିତ ଭେଷଜ ସଂସ୍ଥା ପକ୍ଷରୁ ସୁଗନ୍ଧିତ ଘାସ ଚାଷ ସମ୍ପର୍କରେ ୫ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ସଂସ୍ଥାର ନିର୍ଦେଶକ ଡକ୍ଟର ଶ୍ରୀନିବାସ ରେଡି ଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶା ଦାୟିତ୍ୱରେ ଥିବା ଡକ୍ଟର ରାଜେନ୍ଦ୍ର ଭଉଁରିଆ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରରେ ୩୮ ଜଣ ଚାଷୀ ଙ୍କୁ ସୁଗନ୍ଧିତ ଘାସ ଚାଷ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା। ଶିବିରରେ ପ୍ରଶିକ୍ଷକ ଭାବେ ଟଙ୍କଧର ପୋଢ ଓ ମନିଷ କୁମାର ଯୋଗ ଦେଇ ଶିବିରାର୍ଥୀ ଚାଷୀ ମାନଙ୍କୁ ସୁଗନ୍ଧିତ ଘାସ ଚାଷର ଉପାଦେୟତା, ଆର୍ଥିକ ଦିଗ ଓ ବଜାର ଚାହିଦା ଉପରେ ପୁଙ୍ଖାନୁପୁଙ୍ଖ ଭାବେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଦ୍ବାରିକାନାଥ ଦେହୁରୀ ଏହି ପାଞ୍ଚ ଦିନିଆ ପ୍ରଶିକ୍ଷଣ ଶିବିରକୁ ପରିଚାଳନା କରିଥିଲେ।
Popular Categories



