www.samajalive.in
Monday, December 15, 2025
26.1 C
Bhubaneswar

ସର୍ଟସର୍କିଟରେ ଜଳିଗଲା ଦୋକାନ ଓ ଗୋଦାମ ଗୃହ

ଫୁଲବାଣୀ: ସ୍ଥାନୀୟ ମୁଖ୍ୟ ବଜାରରେ ଥିବା ଭାସ୍କର ପୃଷ୍ଟିଙ୍କ ଜେନେରାଲ୍‌ ଷ୍ଟୋରରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି । ଗତକାଲି ରାତିରେ ସର୍ଟସର୍କିଟ୍‌ ଯୋଗୁଁ ଦୋକାନ ସହିତ ଗୋଦାମ ପୋଡ଼ିଯାଇଛି । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।

ତାହା ସହ ବଜାରର ବହୁ ସଦସ୍ୟ ଏବଂ ଟିମ୍‌ ହ୍ୟୁମାନିଟର ସଦସ୍ୟମାନେ ପହଞ୍ଚି ଘର ଭିତରୁ ଜିନିଷ ବାହାରକୁ କାଢିଥିଲେ । ଘଟଣାସ୍ଥଳରେ ଶହ ଶହ ସଂଖ୍ୟରେ ଲୋକଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା । ତେବେ ଅଗ୍ନିକାଣ୍ଡ ଯୋଗୁଁ କେବଳ ଲକ୍ଷାଧିକ ଟଙ୍କାର ଜିନିଷ ନୁହେଁ , ଘର ମଧ୍ୟ ଭାଙ୍ଗିଯାଇଥିବାର ଦେଖାଯାଇଛି ।

- Advertisement -

ରାତି ପ୍ରାୟ ୮ଟାରେ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ଦୀର୍ଘ ଦେଢ ଘଂଟା ଧରି ନିଆଁ ଲାଗିରହିଥିଲା । ସର୍ଟ ସର୍କିଟ୍‌ରେ ନିଆଁ ଲାଗିଥିବା ଯୋଗୁଁ କେହି ଭୟଭୀତ ହୋଇ ଭିତରକୁ ଯାଇ ପାରିନଥିଲେ । ବିଦ୍ୟୁତ୍‌ କାଟ ପରେ ନିଆଁକୁ ଆୟତ୍ତ କରାଯାଇଥିଲା ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories