www.samajalive.in
Wednesday, December 10, 2025
23.1 C
Bhubaneswar

ଋଷି ମୁଣ୍ଡାଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଲା ପାଟଣା ବନ ବିଭାଗ 

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳରେ କିଛି ଦିନ ହେଲା ୨୨ ଟିକିଆ ହାତୀପଲଙ୍କ ଉପଦ୍ରବ ଜାରି ରହିଛି । ହାତୀପଲ ୩ ଦିନ ତଳେ ଗଣ୍ଡବେଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସୁହାଗପୁର ହୁଡ଼ି ସାହିର ଋଷି ମୁଣ୍ଡାଙ୍କ ଘର ଭାଙ୍ଗି ଧାନ ଚାଉଳ ଖାଇଦେଇଥିଲେ । ଦୁର୍ଭାଗ୍ୟର କଥା ହେଉଛି ପୂର୍ବରୁ ଋଷି ମୁଣ୍ଡାଙ୍କ ବାପା ମୃତ୍ୟୁବରଣ କରିଥିବା ବେଳେ ଆଜି କୁ ୭ଦିନ ହେବ ତାଙ୍କ ମା’ଙ୍କ ମଧ୍ୟ ମୃତ୍ୟ ହୋଇଛି । ତେଣୁ ଶୁଦ୍ଧକ୍ରିୟା ନିମନ୍ତେ ଧାନ, ଚାଉଳ ଓ ଅନ୍ୟାନ୍ୟ ଜିନିଷ ଯୋଗାଡ଼ କରି ଘରେ ରଖିଥିଲେ ।

ହାତୀ ଧାନ, ଚାଉଳ ଖାଇଯିବା ସହ କାନ୍ଥ ପଡି ଜିନିଷପତ୍ର ନଷ୍ଟ ହୋଇଯିବାରୁ ସେ ମା’ର ଶୁଦ୍ଧକ୍ରିୟା କିପରି କରିବେ ବୋଲି ଚିନ୍ତାରେ ପଡିଥିଲେ । ବୁଧବାର ପାଟଣା ବନାଞ୍ଚଳ ଅଧିକାରୀ ଘାସିନାଥ ପାତ୍ର ତାଙ୍କ ପରିବାରକୁ ଆଶ୍ୱାସନା ଦେବା ସହ ସ୍ଥାନୀୟ ସରପଞ୍ଚ ଚପଳାଚାନ୍ଦ ରଣସିଂ, ୨୯ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟ ବୁଦ୍ଧଦେବ ମହାକୁଡ଼ଙ୍କ ଉପସ୍ଥିତିରେ ଋଷି ମୁଣ୍ଡାଙ୍କ ପରିବାରକୁ ୫୦ କେଜି ଚାଉଳ ସହ ତେଜରାତି ସାମଗ୍ରୀ ଏବଂ କିଛି ଆର୍ଥିକ ସହାୟତା ପ୍ରଦାନ କରିଥିବା ଦେଖିବାକୁ ମିଳିଛି ।ଏପଟେ ସ୍ଥାନୀୟ ସରପଞ୍ଚ ଶ୍ରୀ ରଣସିଂ କିଛି ଆର୍ଥିକ ସହାୟତା ରାଶି ପ୍ରଦାନ କରିଥିବାବେଳେ, ଜିଲ୍ଲା ପରିଷଦ ସଭ୍ୟ ବୁଦ୍ଧଦେବ ମହାକୁଡ଼ ଯଥା ଶୀଘ୍ର ବିଡିଓଙ୍କ ସହିତ ଆଲୋଚନା କରି ସରକାରୀ ଆବାସ ଯୋଜନାରେ ଋଷି ମୁଣ୍ଡାଙ୍କ ପରିବାରକୁ ଘର ଯୋଗାଇଦେବା ପାଇଁ ସୂଚନା ଦେଇଛନ୍ତି ।

- Advertisement -

 

Hot this week

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

ସୀମା ଟପିଲା ବର୍ବରତା: ୬ବର୍ଷର ଝିଅ ସହିତ ନିର୍ଭୟା ପରି ଘଟଣା

ସମାଜ ଡିଜିଟାଲ ଡେସ୍କ: ଗୁଜୁରାଟର ରାଜକୋଟରେ ଚାଞ୍ଚଲ୍ୟ । ଜଣେ ନିର୍ଦ୍ଦୋଷ,...

ଜେଲ୍‌ ଅଛି ତ ବେଲ୍‌ ଅଛି

କଥା କଥାକେ ଆମ ସମାଜରେ ଅସାମାଜିକ ଲୋକଙ୍କ ମୁହଁରେ ଏହି ବାକ୍ୟ...

ବିପୁଳ ମାଓ ସାମଗ୍ରୀ ଠାବ

ବାଲିଗୁଡା : ବାଲିଗୁଡା ବିଏସ୍‌ଏଫ୍ ଯବାନଙ୍କୁ ବଡ ସଫଳତା ମିଳିଛି। ବଡ଼ଧରଣର...

Related Articles

Popular Categories