www.samajalive.in
Wednesday, December 10, 2025
26.1 C
Bhubaneswar

ସମାଜ ପ୍ରଭାବ; ଡେଣୁଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଗଲେ ଭ୍ରାମ୍ୟମାଣ ଚିକିତ୍ସା ଦଳ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ଡେଣୁଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରାବାସରେ ରହି ପ୍ରଥମରୁ ପଞ୍ଚମ ଶ୍ରେଣୀରେ ପାଠ ପଢୁଥିବା ୨୦ ଛାତ୍ରଛାତ୍ରୀଙ୍କୁ ଜ୍ଵର ହୋଇଥିବା ସମ୍ପର୍କରେ ଦୈନିକ ଖବରକାଗଜ ‘ସମାଜ’ରେ ଖବର ପ୍ରକାଶ ପାଇବା ପରେ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଭ୍ରାମ୍ୟମାଣ ଚିକିତ୍ସା ସେବା ଦଳ ଏହି ବିଦ୍ୟାଳୟ ଗସ୍ତ କରିଥିଲେ । ଏହି ଦଳରେ ଡାକ୍ଟର ଲକ୍ଷ୍ମଣ ମହାନ୍ତ, ଡାକ୍ତର ଯଶୋବନ୍ତ ମହାନ୍ତ, ଭୈଷଜିକ ଭାବଗ୍ରାହୀ ମହାନ୍ତ , ଜେ.ଇ ପୂର୍ଣ୍ଣଚନ୍ଦ୍ର ମହାନ୍ତ ଓ ସ୍ୱାସ୍ଥ୍ୟ କର୍ମୀ ଧରିତ୍ରୀ ମହାନ୍ତ ସାମିଲ ଥିଲେ ।

ଜ୍ଵର ଆକ୍ରାନ୍ତଙ୍କ ସହ ଛାତ୍ରାବାସରେ ରହୁଥିବା ସମସ୍ତ ୩୬ ଛାତ୍ରଛାତ୍ରୀଙ୍କ ମ୍ୟାଲେରିଆ ସହ କରୋନା ପରୀକ୍ଷା ମଧ୍ୟ କରାଯାଇଥିଲା । ତେବେ ସମସ୍ତ ଛାତ୍ରଛାତ୍ରୀ ମ୍ୟାଲେରିଆ ଓ କରୋନା ମୁକ୍ତ ଥିବା ପରୀକ୍ଷାରୁ ଜଣାପଡିଛି । କିଛି ଛାତ୍ରଛାତ୍ରୀଙ୍କ ଠାରେ ଜ୍ଵର ଥିବା ଦେଖିବାକୁ ମିଳିଥିଲା । ତେବେ ଛାତ୍ରାବାସକୁ ପରିଷ୍କାର ରଖିବା ସହ ଛାତ୍ରଛାତ୍ରୀଙ୍କୁ ଛଣାପାଣି ପିଇବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ସାମାନ୍ୟ ଜ୍ଵର ଥିବା ଛାତ୍ରଛାତ୍ରୀଙ୍କୁ ଔଷଧ ମଧ୍ୟ ଏହି ପ୍ରତିନିଧି ଦଳ ଖୁଆଇଛନ୍ତି ।

Hot this week

ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ; ପିଲାଙ୍କୁ ଛୁଟି କରି ତନାଘନା ଜାରି

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ଦିଲ୍ଲୀର ଅନେକ ସ୍କୁଲକୁ ପୁଣି ଥରେ...

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

Related Articles

Popular Categories