www.samajalive.in
Wednesday, December 10, 2025
16.1 C
Bhubaneswar

ମହିଳା ବିରୋଧୀ ଆଭିମୁଖ୍ୟ ବିରୋଧରେ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା

ପାଟଣା: ୨୦୨୧ ଜାତୀୟ କ୍ରାଇମ ରେକର୍ଡସ ବ୍ୟୁରୋ ରିପୋର୍ଟ ଅନୁଯାୟୀ ବିଜେଡି ସରକାରର ମହିଳା ବିରୋଧୀ ଆଭିମୁଖ୍ୟର ଖୁଲାସା ପରେ ବିଜେପି ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ମମତା ସିଂହଙ୍କ ନେତୃତ୍ୱରେ ଘଟଗାଁ ବ୍ଲକ ଅନ୍ତର୍ଗତ ଢେଙ୍କିକୋଟ ଠାରେ ସ୍ଥାନୀୟ ମହିଳା ମାନଙ୍କୁ ନେଇ ରାଜ୍ୟ ସରକାରଙ୍କ ବିରୋଧରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି । ସୂଚନା ଥାଉକି ପ୍ରକାଶ ପାଇଥିବା ୨୦୨୧ ଜାତୀୟ କ୍ରାଇମ ରେକର୍ଡସ ବ୍ୟୁରୋ ଅନୁଯାୟୀ ମହିଳା ଅପରାଧରେ ଓଡିଶା ନମ୍ବର ୧ ହେବା ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି । ୨୩ ବର୍ଷର ବିଜେଡି ସରକାର ଶାସନରେ ଥିବା ସମୟରେ ରାଜ୍ୟରେ ମହିଳା ବିରୋଧୀ ହିଂସା, ମହିଳା ଅପହରଣ, ମହିଳା ଅସଦାଚରଣ, ଦୁଷ୍କର୍ମ, ନାବାଳିକା ଯୌନ ନିର୍ଯାତନା, ମହିଳା ଉତ୍ପୀଡ଼ନ, ସାଇବର କ୍ରାଇମ, ମାନବ ଚାଲାଣ ପୂର୍ବ ବର୍ଷ ଅପେକ୍ଷା ବୃଦ୍ଧି ପାଇବା ଅତ୍ୟନ୍ତ ଚିନ୍ତା ଓ ଲଜ୍ୟାଜନକ ବିଷୟ । ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥା ଓ ପକ୍ଷପାତିତା କାରଣରୁ ଲୋକେ ଆଇନ ବ୍ୟବସ୍ଥା ଉପରୁ ଆସ୍ଥା ହରାଇ ବସିଛନ୍ତି । ଉକ୍ତ ସଭାରେ ଶ୍ରୀମତୀ ସିଂହ ନାରୀ ସଶକ୍ତିକରଣର କଥା କହି ମିଛ ବାହାସ୍ପୋଟ ମାରୁଥିବା ରାଜ୍ୟ ସରକାର ମହିଳାଙ୍କୁ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ବିଫଳ ହେଇଛି ବୋଲି କହି କଡା ଭାଷାରେ ନିନ୍ଦା କରିଥିଲେ । ଏହି ବୈଠକରେ ଅଞ୍ଚଳର ଶତାଧିକ ମହିଳା ଉପସ୍ଥିତ ଥିଲେ ।

 

Hot this week

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

Related Articles

Popular Categories