www.samajalive.in
Wednesday, December 10, 2025
16.1 C
Bhubaneswar

କୁଲାଡେରାରେ ମାଗଣା ସ୍ଵାସ୍ଥ୍ୟ ଶିବିର 

ପାଟଣା: ଢେଙ୍କିକୋଟ ବିଦ୍ୟୁତ୍‌ ବିଭାଗ ଟାଟା ପାୱାର ପକ୍ଷରୁ ଘଟଗାଁ ବ୍ଲକ ସାନ୍ତରାପୁରର ଜୁଆଙ୍ଗ ଅଧ୍ୟୁଷିତ କୁଲାଡେରା ଗ୍ରାମରେ ଏକ ମାଗଣା ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଡଃ. ପ୍ରବୀଣା ପଣ୍ଡା , ଭୈଷଜିକ ବିକ୍ଷିତ କୁମାର ମହାନ୍ତ, ସ୍ବାସ୍ଥ୍ୟକର୍ମୀ ବିଭୁ ବନ୍ଦନା ସାହୁ ଶିବିରକୁ ଆସିଥିବା ୧୩୧ ଜଣ ରୋଗୀଙ୍କୁ ପରୀକ୍ଷା କରିବା ସହ ସେମାନଙ୍କୁ ମାଗଣା ଔଷଧ ପ୍ରଦାନ କରିଥିଲେ । ଟାଟା ପାୱାରର ସହକାରୀ ପରିଚାଳକ ଇଂ ଦେବାଶିଷ ସ୍ୱାଇଁ , ଲାଇନ ମ୍ୟାନ ବିରେନ ଜେନା, ଅନୀଲ କୁମାର ମହାନ୍ତ ଓ ଚାରୁ ନାୟକ ପ୍ରମୁଖ ଶିବିର ପରିଚାଳନା କରିଥିବା ବେଳେ ଜିଲ୍ଲା ପରିଷଦ ସଦସ୍ୟ ରଣଜିତ ନାୟକ ମୁଖ୍ୟ ଅତିଥି ଭାବେ ଶିବିରକୁ ଉଦଘାଟନ କରିଥିଲେ ।

Hot this week

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

Related Articles

Popular Categories