ଅକ୍ଷୟ ନାରାୟଣ ମିଶ୍ରଙ୍କୁ ସରସ୍ୱତୀ ପ୍ରତିଭା ସମ୍ମାନ 

ପାଟଣା: ପବିତ୍ର ଗୁରୁ ଦିବସ ଅବସରରେ ରାଜନଗରର ଅବସରପ୍ରାପ୍ତ ଶିକ୍ଷାବିତ୍‌ ତଥା ଜଗନ୍ନାଥ ସଂସ୍କୃତି ଗବେଷକ ଅକ୍ଷୟ ନାରାୟଣ ମିଶ୍ରଙ୍କୁ ସରସ୍ବତୀ ପ୍ରତିଭା ସମ୍ମାନରେ ସମ୍ବର୍ଦ୍ଧିତ ହୋଇଛନ୍ତି । କେନ୍ଦୁଝରଗଡ଼ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ଶ୍ରୀ ମିଶ୍ରଙ୍କୁ ଏହି ସମ୍ବର୍ଦ୍ଧନା ଦିଆଯାଇଛି । ବିଦ୍ୟୁତ୍‌ ପରିଷଦର ସଭାପତି ସଞ୍ଜୟ ବସନ୍ତ ଚକ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଇଂ ଦେବବ୍ରତ ସ୍ୱାଇଁ ,ସମ୍ମାନୀୟ ଅତିଥି ଭାବେ ପ୍ରାଧ୍ୟାପକ ଭାଗୀରଥି ପୃଷ୍ଟି, ବିଦ୍ୟୁତ୍‌ ପରିଷଦ ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା ଓ ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର ପ୍ରସାଦ ଅଗସ୍ତି ଏବଂ ଅନ୍ୟ ଅତିଥିଙ୍କ ଗହଣରେ ଶ୍ରୀ ମିଶ୍ରଙ୍କୁ ସରସ୍ବତୀ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଛି ।

Comments are closed.