ପାଟଣା: ପାଟଣା ବ୍ଲକ ମୁଖ୍ୟାଳୟ ପାଟଣା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଆଜି ନବାଗତା ନବମ ଶ୍ରେଣୀର ୫୬ ଜଣ ଛାତ୍ରୀଙ୍କୁ ସ୍ୱାଗତ କରାଯାଇଛି। ଦଶମ ଶ୍ରେଣୀର ଛାତ୍ରୀମାନେ ନବାଗତାମାନଙ୍କୁ ସ୍ୱାଗତ କରିଥିଲେ। ପ୍ରଧାନ ଶିକ୍ଷକ ହରେକୃଷ୍ଣ ମହାନ୍ତଙ୍କ ସହ ବରିଷ୍ଠ ଶିକ୍ଷକ ପରମେଶ୍ୱର ମହାନ୍ତ, ପାର୍ଥସାରଥୀ ବେଜ, ଜତୀନ୍ଦ୍ର କୁମାର ପଳେଇ, ଡମ୍ବରୁଧର ମହାନ୍ତଙ୍କ ଉପସ୍ଥିତିରେ ସ୍ୱାଗତ ଉତ୍ସବ ପାଳନ କରାଯାଇଥିଲା। ନବାଗତା ଛାତ୍ରୀମାନଙ୍କୁ କଠିନ ଅଧ୍ୟବସାୟ ସହ ଶୃଙ୍ଖଳା ରଖି ଅଧ୍ୟୟନ କରିବାକୁ ପ୍ରଧାନ ଶିକ୍ଷକ ହରେକୃଷ୍ଣ ମହାନ୍ତ ପରାମର୍ଶ ଦେଇଥିଲେ।
Popular Categories



