ଟୁସୁ ଭଷାଣି ପାଇଁ ବଲାଣିପଶି ଉତ୍ସବ ମୁଖର

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ କଣ୍ଟିଆପଡା ପଞ୍ଚାୟତ ବଲାଣିପଶି ଗ୍ରାମରେ ଆଜି କୁଡୁମୀ ସଂପ୍ରଦାୟର ଯୁବତୀ ଓ ମହିଳାମାନଙ୍କ ଦ୍ୱାରା ଟୁସୁ ଭଷାଣି ପର୍ବ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି। ଗ୍ରାମର ସୁରେନ୍ଦ୍ର ମହାନ୍ତଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଢୋଲ, ମାଦଲର ତାଳେ ତାଳେ କୁଡୁମୀ ନାଚ ଗୀତ ଅନୁଷ୍ଠିତ ହେବା ସହ ଟୁସୁଦେବୀଙ୍କୁ ଶୋଭାଯାତ୍ରାରେ ନିଆଯାଇ ଜହ୍ଲେଇ ନାଳରେ ଭସାଣି କରାଯାଇଥିଲା। ଦେବକୀ ମହାନ୍ତ, କୋକିଳ ମହାନ୍ତ, ପୂର୍ଣ୍ଣମୀ ମହାନ୍ତ, ଗୋଲାପ ମହାନ୍ତ ପ୍ରମୁଖ ଟୁସୁ ଭଷାଣି ପରିଚାଳନା କରିଥିଲେ।

Comments are closed.