www.samajalive.in
Monday, December 15, 2025
15.1 C
Bhubaneswar

ହାଡଭଙ୍ଗା ଶୀତରେ ଥରୁଛି ସାରା ଅଞ୍ଚଳ

ପାଟଣା: ଅପରାହ୍ନ ୪ଟା ପରେ ଘରୁ ଗୋଡ କାଢିବାକୁ ଜାଡ ମନା କରୁଛି । ସକାଳ ୮ ଟା ଯାଏ ସମାନ ଅବସ୍ଥା ଲାଗିରହୁଛି। ପ୍ରବଳ ଶୀତରେ ଥରୁଛି ସାରା ଅଞ୍ଚଳ। ପାଟଣା, ସାହାରପଡା, ଘଟଗାଁ ବ୍ଲକ ଅଂଚଳରେ ତିନି ଦିନ ହେଲା ଶୀତ ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଗତକାଲି ରାଜ୍ୟର ଦାରିଙ୍ଗିବାଡି ସର୍ବନିମ୍ନ ତାପମାତ୍ରା ୩.୫ ଥିବାବେଳେ ଫୁଲବାଣୀରେ ୪.୦ ରହିଥିଲା। କେନ୍ଦୁଝର ଜିଲ୍ଲାରେ ତାପମାତ୍ରା ୬.୨ ରହିଥିବା ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସୂଚନା ଦେଇଥିଲା। ପ୍ରବଳ ଥଣ୍ଡାରେ ଲୋକେ ବାହାରକୁ ଯିବା କଷ୍ଟକର ହୋଇପଡିଥିବା ବେଳେ ବଣଜଙ୍ଗଲ ଘେରା ଗ୍ରାମ ଓ ପଡା ଗ୍ରାମରେ ଅଧିକ ଥଣ୍ଡା ହେଉଥିବା ଲୋକମାନେ ଅନୁଭବ କରୁଛନ୍ତି।

ସାଧାରଣ ଶୀତବସ୍ତ୍ର ଶୀତକୁ ଅଟକାଇ ପାରୁନାହିଁ । ଗ୍ରାମାଂଚଳରେ ସକାଳ ଓ ସନ୍ଧ୍ୟାରେ ନିଆଁ ଜାଳି ଲୋକେ ସେକି ହେଉଥିବା ଦେଖିବାକୁ ମିଳୁଛି। ପେଟ ପାଟଣା ପାଇଁ ବାଧ୍ୟ ହୋଇ ଶ୍ରମଜୀବି, ଫେରିବାଲା, ବ୍ୟବସାୟୀ ବିଭିନ୍ନ କାମଧନ୍ଦା ଥିବା ଲୋକେ ବିଛଣା ଛାଡିବାକୁ ବାଧ୍ୟ ହେଉଥିବା ବେଳେ ସକାଳୁଆ ବସରେ ଆଙ୍ଗୁଠି ଗଣତି ଯାତ୍ରୀଙ୍କୁ ଦେଖିବାକୁ ମିଳୁନାହିଁ । ଶୀତ ଯୋଗୁଁ ବାହାରେ ଦିନ କାଟୁଥିବା କେତେକ ମାନସିକ ବିକୃତ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories