www.samajalive.in
Monday, December 15, 2025
14.1 C
Bhubaneswar

ନିଶାରେ ପ୍ରାଣୀଧନ ନିରୀକ୍ଷକ, କାର୍ଯ୍ୟାଳୟରେ ମଦ ବୋତଲ

ପାଟଣା: ପାଟଣା ଥାନା ଅନ୍ତର୍ଗତ ସାହାରପଡା ସ୍ଥିତ ପଶୁ ପାଳନ ଓ ପ୍ରାଣୀ ଚିକିତ୍ସା ବିଭାଗ କାର୍ଯ୍ୟଳୟର ପ୍ରାଣୀ ଧନ ନିରୀକ୍ଷକ ଅଜୟ କୁମାର ପାତ୍ର ଆଜି ନିଜ କାର୍ଯ୍ୟାଳୟରେ ମଦ ପିଇ ନିଶାସକ୍ତ ଅବସ୍ଥାରେ ଥିବା ଦେଖାଯାଇଛି। ଏପରିକି ତାଙ୍କ କାର୍ଯ୍ୟଳୟରେ ଖାଲି ମଦ ବୋତଲ ସାଙ୍ଗକୁ ଥଣ୍ଡା ପାନୀୟ ବୋତଲ ଦେଖାଯାଇଥିବା ବେଳେ ଜନୈକ ବ୍ୟକ୍ତି ତାଙ୍କୁ ଏସଂପର୍କରେ ପ୍ରଶ୍ନ କରିବାରୁ ସେ ସଠିକ୍ ଭାବେ ଉତ୍ତର ରଖି ପାରୁନଥିବା ଘଟଣା ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ପ୍ରାଣୀଧନ ନିରୀକ୍ଷକଙ୍କ ଦାୟିତ୍ଵହୀନତାରୁ କାର୍ଯ୍ୟାଳୟ ଓ କାର୍ଯ୍ୟାଳୟ ବାହାର ଅପରିଷ୍କାର ହୋଇ ପଡ଼ି ରହିଥିବା ବେଳେ ଏହା ଏକ ସରକାରୀ କାର୍ଯ୍ୟାଳୟ ଭଳି ଲାଗୁନାହିଁ। ଜଣେ କର୍ତବ୍ୟରତ ଅଧିକାରୀ କାର୍ଯ୍ୟାଳୟରେ ମଦ ପିଇ ଅସଜଡ଼ା ଅବସ୍ଥାରେ ଶୋଇବା ଓ ଲୋକମାନଙ୍କୁ ସେବା ଯୋଗାଇବାରେ ବାରମ୍ବାର ଅବହେଳା ଅଭିଯୋଗ ଥିବାରୁ ଉପରିସ୍ଥ ଅଧିକାରୀ ସମସ୍ୟା ପ୍ରତି ନଜର ଦେବାକୁ ମତ ପ୍ରକାଶ ପାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories