www.samajalive.in
Saturday, December 6, 2025
26.1 C
Bhubaneswar

ମେଗା ପାନୀୟ ଜଳ ପ୍ରକଳ୍ପରେ ତାଲା ପକାଇଲେ ଲୋକେ

ପାଟଣା : କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଅନ୍ତର୍ଗତ ଦାମାହୁଦା ଠାରେ ଥିବା ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଦ୍ଵାରା ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପର କାର୍ଯ୍ୟ ୧୭ ଡିସେମ୍ବର ୨୦୧୯ରୁ ଆରମ୍ଭ ହୋଇ ୩୧ ଡିସେମ୍ବର ୨୦୨୧ରେ ଶେଷ ହୋଇଥିବାବେଳେ ଆଜି ପର୍ଯ୍ୟନ୍ତ ଆଖ ପାଖ ଗ୍ରାମବାସୀଙ୍କ ପାନୀୟ ଜଳ ପାଇବା ଆଶା ପୂରଣ ହୋଇ ପାରିନାହିଁ।
ଯାହା ଫଳରେ ୧୩୮ ଗାଁକୁ ପାନୀୟ ଜଳ ଯୋଗାଣରେ ପ୍ରକଳ୍ପ ବିଫଳ ହୋଇଛି। ଯାହାକୁ ନେଇ ୧୩୮ଟି ମୌଜାର ଜନ ସାଧାରଣ ଅସନ୍ତୋଷ ପ୍ରକାଶ କରିଛନ୍ତି। ସୂଚନାରୁ ଜଣାଯାଏ ଯେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ହାରାହାରି ୪ ଶହ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପଟି କାର୍ଯ୍ୟକାରୀ ହେଉ ଥିବାବେଳେ ଏପର୍ଯ୍ୟନ୍ତ ପ୍ରକଳ୍ପର ନିକଟତମ ଦୁଇ ଗୋଟି ଗ୍ରାମପଞ୍ଚାୟତକୁ ବର୍ତ୍ତମାନ ସୁଦ୍ଧା ବିଶୁଦ୍ଧ ପାନୀୟ ଜଳ ଯୋଗାଣ ହୋଇ ପାରିନାହିଁ। ଯାହା ଫଳରେ ସମଗ୍ର ୧୩୮ଟି ଗ୍ରାମକୁ କିପରି ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଜଳ ପହଞ୍ଚି ତାହା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଡାଳପକା ଗ୍ରାମପଞ୍ଚାୟତ ଅନ୍ତର୍ଗତ କୁଦାବେଡା ଗ୍ରାମର ଗ୍ରାମବାସୀ ମାନେ ଏଥିନେଇ ଅସନ୍ତୋଷ ପ୍ରକାଶ କରି ଦାମାହୁଦା ସ୍ଥିତ ପ୍ରକଳ୍ପ କାର୍ୟ୍ୟାଳୟ ଫାଟକରେ ତାଲା ପକାଇବା ସହ ଆଗାମୀ ଦିନରେ ସମସ୍ୟାର ତୁରନ୍ତ ସମାଧାନ ନହେଲେ ଧର୍ମଘଟକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories