www.samajalive.in
Sunday, December 7, 2025
16.1 C
Bhubaneswar

ପର୍ଯ୍ୟଟକଙ୍କ ନିମନ୍ତେ ଖୋଲିବ ଗୋପାଳପୁର ବତିଘର

ଗୋପାଳପୁର: କେନ୍ଦ୍ର ଜାହାଜ ପରିବହନ ମନ୍ତ୍ରାଳୟ ପକ୍ଷରୁ ପରିଚାଳିତ ହେଉଥିବା ଗୋପାଳପୁର ବତିଘର ଏବଂ ପର୍ଯ୍ୟଟକଙ୍କ ନିମନ୍ତେ ନିର୍ମିତ ହୋଇଥିବା ପାର୍କ ଆସନ୍ତା ଏପ୍ରିଲ ୧ ତାରିଖ ଠାରୁ ଖୋଲାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। ପର୍ଯ୍ୟଟକମାନେ ଧାର୍ଯ୍ୟ ଟିକଟ କ୍ରୟ କରି  ଗୋପାଳପୁର ବତିଘରକୁ ଦେଖିବା ସହ ବତୀଘର ଉପରେ ଚଢ଼ି ସମୁଦ୍ର ଓ ବେଳାଭୂମିର ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ। ଏହା ସହ ବିଭାଗ ପକ୍ଷରୁ ପ୍ରାୟ ୭୦ ଲକ୍ଷ ଟଙ୍କା ବ୍ୟୟରେ ପିଲାମାନଙ୍କ ନିମନ୍ତେ ସୁନ୍ଦର ଉଦ୍ୟାନ, ୱାଟର ଫାଉଣ୍ଟେନ୍ ଆଦି ର ମଜା ମଧ୍ୟ ପର୍ଯ୍ୟଟକ ମାନେ ନେଇ ପାରିବେ। ବତିଘର ଉପରେ ଲାଗିଥିବା ରାଡାରକୁ ମଧ୍ୟ ଚଳିତ ମାସ ଶେଷ ସୁଦ୍ଧା ବତୀଘର ପ୍ରବେଶ ସ୍ଥାନରେ ନିର୍ମାଣ କାର୍ଯ୍ୟ ଚାଲିଥିବା ଟାୱାର ନିକଟକୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି। ଆଗାମୀ ଦିନରେ ବତିଘର ଉପରକୁ ଯିବା ପାଇଁ ସିଡ଼ି ରାସ୍ତା ସହ ଲିଫ୍ଟ ବ୍ୟବସ୍ଥା ମଧ୍ୟ ବିଭାଗ ପକ୍ଷରୁ କରାଯିବ ବୋଲି ଜଣାପଡିଛି। ୧୮୭୧ ମସିହାରେ ସମୁଦ୍ର ଜଳରାଶି ରେ ଯାତାୟାତ କରୁଥିବା ଜାହାଜ ମାନଙ୍କୁ ଉଚିତ ଦିଗ ଜଣାଇବା ଉଦ୍ଦେଶ୍ୟରେ ପାନ୍ଥନିବାସ ପଛପଟ ସ୍ଥାନରେ ଏକ‌ ପଥର ଖୁଣ୍ଟ ଉପରେ କିରୋସିନି ଦିପ ଜଳାଇ ବତୀଘର ଆରମ୍ଭ କରାଯାଇଥିଲା। ଏହାପରେ ୧୯୬୭ ଡିସେମ୍ବର ମାସରେ ବେଳାଭୂମି ନିକଟରେ ପ୍ରାୟ ତିନି ଏକର ପରିମିତ ଅଞ୍ଚଳକୁ ବତିଘରକୁ ସ୍ଥାନାନ୍ତର କରାଯାଇଥିଲା। ଯାହାର ଉଚ୍ଚତା ସମୁଦ୍ର ପତ୍ତନ ଠାରୁ ପ୍ରାୟ ୪୫ ମିଟର ରହିଛି। ବତୀଘର ସ୍ଥାପନ ପରେ ଗୋପାଳପୁର କୁ ଆସୁଥିବା ପର୍ଯ୍ୟଟକ ମାନେ ଟିକଟ କାଟି ବତୀଘର ଚଢିବାର ମଜା ନେଇ ଆସୁଥିଲେ। ସମୁଦ୍ର ପଟୁ ଆତଙ୍କବାଦୀ ଆକ୍ରମଣ ହେବା ପରେ ୨୦୧୩ ରେ ବତୀଘର ଉପର ଭାଗରେ ଏକ ସୁରକ୍ଷା ରାଡାର ସ୍ଥାପନା କରଯାଇଥିଲା। ଯାହା ପରେ ସୁରକ୍ଷା ଦୃଷ୍ଟିରୁ ସେବେ ଠାରୁ ବତୀଘର ପ୍ରବେଶ ଉପରେ ସର୍ବସାଧାରଣଙ୍କ ଉପରେ କଟକଣା ଲଗାଇ ଦିଆଯାଇଥିଲା।  ସଂପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ପର୍ଯ୍ୟଟକଙ୍କ ପାଇଁ ବତିଘର ଖୋଲିବାକୁ ନିଷ୍ପତ୍ତି ନେଇଥିବାରୁ ସାଧାରଣରେ ବେଶ୍ ଉତ୍ସାହ ପ୍ରକାଶ ପାଇଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories