www.samajalive.in
Sunday, December 7, 2025
26.1 C
Bhubaneswar

ବାଇକ୍ ଧକ୍କାରେ ଯୁବକ ମୃତ, ଡ୍ରାଇଭର ଫେରାର୍

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଭୃଙ୍ଗୀଯୋଡି ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।  ବାଇକ୍ ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ଭୃଙ୍ଗିଯୋଡି ଗାଁର ଟୁକୁନା କହଁର ବୋଲି ଜଣାପଡିଛି।  ବୁଧବାର ବିଳମ୍ବିତ ରାତିରେ ନିଜ ଗାଁ ପାଖ କେଳାପଡା ଗାଁରୁ ଦୋଳଯାତ୍ରା ଦେଖି ନିଜ ଗାଁ ଭୃଙ୍ଗିଯୋଡି ଗାଁକୁ ଆସି ନିଜ ଘରର କିଛିଦୁରରେ ଅର୍ଥାତ ମାସରୀପଡା ନୂଆପଦର ମୁଖ୍ୟରାସ୍ତାର ଭୃଙ୍ଗିଯୋଡି ଛକ ନିକଟରେ ରାସ୍ତାକଡ଼ରେ ଉଭୟ ବସିଥିବାବେଳେ ଦ୍ରୁତଗତିରେ ଆସି ଏକ ବାଇକ ଉଭୟଙ୍କୁ ଧକ୍କାଦେଇଥିଲା । ପରେ ପୁଲିସ ଖବର ପାଇ ଉଭୟଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଫିରିଙ୍ଗିଆ ମେଡିକାଲରେ ଭର୍ତ୍ତି କରିଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ଟୁକୁନା କହଁରଙ୍କ ମୃତ୍ୟୁ ହୋଇଥିଲା। ସେପଟେ ଘଟଣା ସ୍ଥଳରୁ ଦୁର୍ଘଟଣା ଘଟଇଥିବା ବାଇକ ଫେରାର ହୋଇଯାଇଥିବା ବେଳେ ଏହି ଘଟଣାରେ ପୁଲିସ୍ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories