ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ଗ୍ରାମର ହିନ୍ଦୁ ମାଝ ଙ୍କ ଘର ଉପରେ ଏକ ବଡ଼ ଗଛ ଉପୁଡ଼ି ପଡ଼ିଥିବାରୁ ଘରଟି ଭାଙ୍ଗି ଯାଇଛି। ଖବର ପାଇ ପାଟଣା ଅଗ୍ନିଶମ ବାହିନୀ ପଲାଣଘାଟି ଗ୍ରାମକୁ ଯାଇ ଘର ଉପରେ ପଡ଼ିଥିବା ଗଛଟିକୁ କାଟି ସଫା କରିଛନ୍ତି। ବାତ୍ୟା ପ୍ରଭାବରେ ପାଟଣା ବ୍ଲକ ଅଞ୍ଚଳର ବିଭିନ୍ନ ଗ୍ରାମରେ ଗଛ ପଡ଼ି ଓ ବର୍ଷାରେ କାନ୍ଥ ଧସି ଘର ଭାଙ୍ଗିବା ଖବର ଗୋଟିଏ ପରେ ଗୋଟିଏ ଆସୁଥିବା ଦେଖାଯାଇଛି।
Popular Categories



