www.samajalive.in
Saturday, December 6, 2025
14.1 C
Bhubaneswar

ବିପଦପୂର୍ଣ୍ଣ ଅବସ୍ଥାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ

ଆଠଗଡ: କଟକ ଜିଲ୍ଲାର ଅନ୍ୟତମ ପ୍ରମୁଖ ତଥା ସର୍ବବୃହତ ଉପଖଣ୍ଡ ଆଠଗଡର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଗୃହଟି ଏବେ ଅସୁରକ୍ଷିତ ଓ ବିପଦସଙ୍କୁଳ ହୋଇପଡିଛି। ପ୍ରାୟ ୬୦ବର୍ଷ ପୂର୍ବରୁ ନିର୍ମିତ ଏହି ଅଟ୍ଟାଳିକାର ଛାତ ଦୁର୍ବଳ ହେବା ସହ ଅନେକ ସ୍ଥାନରେ ଫାଟ ସୃଷ୍ଟି ହୋଇଛି। ସାମାନ୍ୟ ବର୍ଷା ସମୟରେ ଛାତରୁ ଅନେକ ସ୍ଥାନରେ ପାଣି ଗଳୁଛି। ବର୍ଷାଋତୁରେ ଉକ୍ତ ଅଟ୍ଟାଳିକ ଛାତରୁ ଏତେ ପରିମାଣର ପାଣି ଗଳୁଛି ଯେ ବରଣ୍ଡାରେ ବର୍ଷାଜଳ ଲହଡି ମାରିବା ପରି ଦେଖାଯାଉଛି। ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗୀୟ କକ୍ଷ,ଏପରିକି ସ୍ୱୟଂ ଉପଜିଲ୍ଲାପାଳଙ୍କ କକ୍ଷରୁ ପାଣି ଗଳୁଥିବା ଦେଖାଯାଉଛି। ଛାତରୁ ବଡ ବଡ ସିମେଣ୍ଟ ଖଣ୍ଡ ଖସିପଡୁଥିବାରୁ ତାହା କର୍ମଚାରୀ ଏବଂ ବିଭିନ୍ନ କାମରେ ଆସୁଥିବା ଲୋକମାନଙ୍କ ପାଇଁ ବିପଦପୂର୍ଣ୍ଣ ହୋଇଛି। ସାମୁଦ୍ରିକ ବାତ୍ୟା ପ୍ରଭାବରେ ମଙ୍ଗଳବାରଠାରୁ ଆଠଗଡରେ ଝିପିଝିପି ବର୍ଷା ଲାଗି ରହିଥିବାବେଳେ ବୁଧବାର ସକାଳେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରବେଶ ପଥର ବରଣ୍ଡା ଉପରଛାତରୁ ଏକ ବିରାଟ ସିମେଣ୍ଟଖଣ୍ଡ ଖସିପଡିଥିଲା। ସୌଭାଗ୍ୟବଶତଃ ସେତେବେଳେ ସେଠାରେ କେହି ନଥିଲେ। ନଚେତ କେହିଥିଲେ ଏଥିଯୋଗୁଁ ଗୁରୁତ୍ୱର ଆହତ ହୋଇଥାନ୍ତେ।

ଏହି ପୁରାତନ ଅଟ୍ଟାଳିକାଟିର ଛାତ ବିଗତ ୨୦ବର୍ଷ ମଧ୍ୟରେ ୧୨ଥର ଗ୍ରେଡିଂ କରା ସରିଛି। କିନ୍ତୁ ଏହାର କୌଣସି ସୁଫଳ ଦେଖିବାକୁ ମିଳୁନାହିଁ। ଏହାର ପ୍ରତିକାର କରିବା ସହିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସ୍ଥାନାଭାବ ଦୂର କରିବା ପାଇଁ ପୂର୍ତ୍ତବିଭାଗ ପକ୍ଷରୁ ଉପରମହଲା ନିର୍ମାଣ ପାଇଁ ଏକ ପ୍ରସ୍ତାବ ଓ ଆକଳନ କରାଯାଇ ୬ମାସ ପୂର୍ବରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପଠାଯାଇଛି। ତେବେ କୋଭିଡ ପରିଚାଳନା ହେଉ ବା ଅନ୍ୟ କାର୍ଯ୍ୟରେ ବ୍ୟସ୍ତତା ଯୋଗୁଁ ଜିଲ୍ଲାପାଳ ଅଦ୍ୟାବଧି ଉକ୍ତ ପ୍ରସ୍ତାବ ଓ ଆକଳନକୁ ଅନୁମୋଦନ କରିନାହାଁନ୍ତି। ଏହି ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ଉପରମହଲା ଘର ନିର୍ମାଣ ଜରୁରୀ ହୋଇପଡିଥିବାରୁ ଏହି କାର୍ଯ୍ୟକୁ ଯଥାଶୀଘ୍ର କରାଯିବା ଦରକାର ବୋଲି ମତପ୍ରକାଶ ପାଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories