www.samajalive.in
Saturday, December 6, 2025
14.1 C
Bhubaneswar

ସଞ୍ଜୟ ଦତ୍ତଙ୍କୁ ୟୁଏଇର ଗୋଲ୍ଡେନ ଭିସା

ମୁମ୍ବଇ: ସଂଯୁକ୍ତ ଆରବ ଏମିରେଟ୍ସ କର୍ତ୍ତୃପକ୍ଷ ଅଭିନେତା ସଞ୍ଜୟ ଦତ୍ତଙ୍କୁ ଗୋଲ୍ଡେନ ଭିସା ପ୍ରଦାନ କରିଛନ୍ତି। ୟୁଏଇର ଜିଡିଆରଏଫଏ, ଦୁବାଇ ମହାନିର୍ଦ୍ଦେଶକ ମେଜର ଜେନେରାଲ ମହମ୍ମଦ ଅଲ୍‍ ମାରି ସଞ୍ଜଙ୍କୁ ଏହି ଭିସା ପ୍ରଦାନ କରିଛନ୍ତି। ଏହା ତାଙ୍କ ପାଇଁ ଏକ ବିରାଟ ସମ୍ମାନ ବୋଲି ସଞ୍ଜୟ ଦତ୍ତ ଉକ୍ତ ଭିସା ଗ୍ରହଣ ଫଟୋକୁ ସାମାଜିକ ଗଣମାଧ୍ୟମରେ ଛାଡିବା ସହିତ ଉଲ୍ଲେଖ କରିଛନ୍ତି। ସୂଚନାଯୋଗ୍ୟ ଯେ ୟୁଏଇ କର୍ତ୍ତୃପକ୍ଷ ୨୦୧୯ରୁ ଏଭଳି ଭିସା ପ୍ରଦାନ କରୁଛନ୍ତି। ସେଠାରେ କାମ କରିବା, ବାସ କରିବା, ଅଧ୍ୟୟନ ଏବଂ ବ୍ୟବସାୟ ପରିଚାଳନା ପାଇଁ ବିଦେଶୀ ନାଗରିକଙ୍କୁ ଏଭଳି ଭିସା ଯୋଗାଇ ଦିଆଯାଉଛି। ଏହାଦ୍ୱାରା ବିଦେଶୀ ନିବେଶକ ଏବଂ ବ୍ୟବସାୟୀମାନେ ୟୁଏଇରେ ନିବେଶ ଓ ବ୍ୟବସାୟ କରିବାସହିତ ସେମାନଙ୍କ ବ୍ୟବସାୟର ପୂର୍ଣ୍ଣ ମାଲିକ ହୋଇପାରୁଛନ୍ତି। ଭାରତରୁ ଏପର୍ଯ୍ୟନ୍ତ କେବଳ ଶାହରୁଖ ଖାନ୍‍ ଏହିଭଳି ଭିସା ପାଇଥିବା ଜଣାଯାଇଛି। ଏହାକୁ ନେଇ ସଞ୍ଜୟ ଦତ୍ତ ଓ ତାଙ୍କ ପ୍ରଥମ ପତ୍ନୀ ରିଚା ଶର୍ମାଙ୍କ ଝିଅ ତ୍ରିଶାଲା ଅତ୍ୟନ୍ତ ଖୁସି ବ୍ୟକ୍ତ କରିଛନ୍ତି। ସଞ୍ଜୟ ଦତ୍ତ ଅଭିନୀତ ଭୁଜ-ଦି ପ୍ରାଇଡ ଅଫ ଇଣ୍ଡିଆ, କେଜିଏଫ: ଚାପ୍ଟର୨, ଶମଶେରା ଏବଂ ପୃଥିୀରାଜ ଆଦି ଚଳଚ୍ଚିତ୍ର ମୁକ୍ତିଲାଭ ଅପେକ୍ଷାରେ ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories