www.samajalive.in
Monday, December 15, 2025
17.1 C
Bhubaneswar

ନୃସିଂହନାଥ ସିଂହଙ୍କୁ “ପିକକ୍ ଶିଶୁ ସାଥି ସମ୍ମାନ”

ପାଟଣା: କେନ୍ଦୁଝର ଜିଲାର ବରିଷ୍ଠ ସାହିତ୍ୟିକ କବି ସାମ୍ବାଦିକ ତଥା ସଂଗଠକ ନୃସିଂହନାଥ ସିଂହଙ୍କୁ ସମ୍ମାନଜନକ ପିକକ ଶିଶୁ ସାଥି ସମ୍ମାନ-୨୦୧୯ ପ୍ରଦାନ କରାଯାଇଛି । ବୁଦବାର ଭୁବନେଶ୍ଵର ଏକାମ୍ର ହାଟ ପରିସରରେ ଅନୁଷ୍ଠିତ ୩୦ତମ “ବିଶ୍ବ ଶିଶୁ ଦିବସ” ତଥା ୩୦ତମ ପିକକ୍ ବାର୍ଷିକ ଶିଶୁ ମେଳାର ଉଦଯାପନୀ ସମାରୋହରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସାମ୍ବାଦିକତା ସହ ଶିଶୁ ସାହିତ୍ୟ ଜରିଆରେ ଶିଶୁ ସୁରକ୍ଷା ଓ ଶିଶୁ ଅଧିକାର ପାଇଁ ମହତ ଯୋଗଦାନ ଯୋଗୁଁ ଶ୍ରୀ ସିଂହଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା ଉଚ୍ଚ ନ୍ୟାୟାଳୟର ନ୍ୟାୟମୃର୍ତ୍ତି ଶ୍ରୀ ଯୁକ୍ତ ବିଶ୍ବନାଥ ରଥ ଓ ବରେଣ୍ୟ ଅତିଥି ଖଣ୍ଡପଡ଼ା ବିଧାୟକ ତଥା ‘ସମ୍ବାଦ’ ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ କରକମଳରେ ନୃସିଂହନାଥ ସିଂହଙ୍କୁ ସମ୍ମାନ ପତ୍ର, ପ୍ରଶସ୍ତି ଫଳକ ଓ ଉପାୟନ ପ୍ରଦାନ ପୂର୍ବକ ସମ୍ମାନଜନକ ପିକକ୍ ଶିଶୁ ସାଥି ସମ୍ମାନ -୨୦୧୯ ପ୍ରଦାନ କାର୍ଯକ୍ରମରେ ଶିଶୁ ମେଳାର କମିଟିର ସଭାପତି ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ଅଧକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ଜଷ୍ଟିସ ବିଶ୍ବନାଥ ରଥ , ବରେଣ୍ୟ ଅତିଥି ଭାବେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ , ସମ୍ମାନୀତ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ ରାଉତ , ଅବସର ପ୍ରାପ୍ତ ଆଇ.ଏ.ଏସ୍ ଅଶୋକ ତ୍ରିପାଠୀ, ପିକକ୍ ଅଧ୍ୟକ୍ଷା ଆଦରମଣି ବରାଳ , ସାମାଜିକ କର୍ମୀ ରୁବି ରାଉତ , ପିକକ ସଂପାଦକ ରଞ୍ଜନ କୁମାର ମହାନ୍ତି, ପରିଚାଳକ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି, ଅଷ୍ଟ୍ରେଲିଆର ଲକ୍ସ ଜମବର୍ବ ସାମାଜିକ କର୍ମୀ ଜନ ଏଣ୍ଡ ଜେଫ ପ୍ରମୁଖ ସାମିଲ ଥିଲେ । ସୂଚନାଯୋଗ୍ୟ ଯେ ୧୯୭୬ରୁ ୨୦୧୯ ଅବଧି ରେ ଦୀର୍ଘ ୪୩ବର୍ଷ ଧରି ନୃସିଂହନାଥ ସିଂହ ଜଣେ କବି, ଶିଶୁ ସାହିତ୍ୟିକ, ସାମ୍ବାଦିକ, ସମ୍ପାଦକ ଓ ସଂଗଠକ ଭାବେ ସାମାଜିକ କ୍ଷେତ୍ର ସହ ଜଡ଼ିତ ରହିବା ସହ ଢେଙ୍କିକୋଟରେ ଅବସ୍ଥାନ କରୁଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories