ଖିରେଇଟାଙ୍ଗି ନିକଟରେ ବାଇକ୍ ଦୁର୍ଘଟଣା ; ୨ଗୁରୁତର

ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ ୪୯ ନମ୍ବର ଜାତୀୟ ରାଜପଥର ଖିରେଇଟାଙ୍ଗିର ନିକଟରେ ବାଇକ୍ ଦୁର୍ଘଟଣାରେ ୨ଜଣ ଯୁବକ ଗୁରୁତର ହୋଇଛନ୍ତି। ଗୁରୁତ ଯୁବକ ଦ୍ବୟ  ଖିଚିଙ୍ଗ ଅଞ୍ଚଳର ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ,  ମଙ୍ଗଳବାର ସଂନ୍ଧ୍ୟା ସମୟରେ ଯୁବକ ଦ୍ବୟ ବାଇକ୍ ଯୋଗେ କେନ୍ଦୁଝରରୁ ଖିଚିଙ୍ଗ ଅଭିମୁଖେ  ଯାଉଥିଲେ। ଏହି ସମୟରେ ଖିରେଇଟାଙ୍ଗିର ନିକଟରେ ବାଇକଟି ଏକ ହମ୍ପରେ ବାଡେଇ ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଘଟଣା ସ୍ଥଳରୁ ସେମାନଙ୍କୁ ଉଦ୍ଧାର କରାଯାଇ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି ।

 

Comments are closed.