www.samajalive.in
Saturday, December 6, 2025
17.1 C
Bhubaneswar

ପାକ୍‌ର ଆଶଙ୍କା; କୃଷି ଆନ୍ଦୋଳନରୁ ଧ୍ୟାନ ହଟାଇବାକୁ ଭାରତ କରିପାରେ ସର୍ଜିକାଲ୍‌ ଷ୍ଟାଇକ୍‌

ଇସଲାମାବାଦ: ପାକିସ୍ତାନକୁ ପୁଣି ଥରେ ଭାରତର ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ଭୟ ଘାରିଛି। ଭାରତ ଦେଶରେ ଚାଲିଥିବା କୃଷି ଆନ୍ଦୋଳନରୁ ଧ୍ୟାନ ହଟାଇବା ଲାଗି ପୁଣି ଥରେ ସର୍ଜିକାଲ ଷ୍ଟ୍ରାଇକ୍‌ କରିପାରେ ବୋଲି ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଶଙ୍କା କରିଛି। ଏ ସମ୍ପର୍କରେ ପାକିସ୍ତାର ପ୍ରମୁଖ ଖବରକାଗଜ ଏକ୍ସପ୍ରେସ୍‌ ଟ୍ରିବ୍ୟୁନରେ ଏକ ରିପୋର୍ଟ ପ୍ରକାଶ ପାଇଛି।

Image courtesy: Amar ujala

ପାକିସ୍ତାନ ସେନା ସୂତ୍ରରୁ ଏକ୍ସପ୍ରେସ୍‌ ଟ୍ରିବ୍ୟୁନ୍‌ ରିପୋର୍ଟରେ ଲେଖିଛି ଯେ, ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ଆଶଙ୍କା କରି ପାକ୍‌ ଭାରତ ସୀମାରେ ସୈନିକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି। ରିପୋର୍ଟରେ ଆହୁରି ଲେଖାଯାଇଛି, ଭାରତର ହିନ୍ଦୁତ୍ଵବାଦୀ ନରେନ୍ଦ୍ର ମୋଦୀ ସରକାର ଦେଶରେ ଜାରି ରହିଥିବା ବିରୋଧ ପ୍ରଦର୍ଶନକୁ ଦୁର୍ବଳ କରିବା ଲାଗି କିଛି କରିପାରେ।

- Advertisement -

ଭାରତ ଏହା ବି ଚାହୁଁନି ଯେ ସିଖ୍‌ କୃଷକଙ୍କ ନେତୃତ୍ଵରେ ହେଉଥିବା ଆନ୍ଦୋଳନରୁ ଖଲିସ୍ତାନୀ ଆନ୍ଦୋଳନକୁ ପ୍ରୋତ୍ସାହନ ମିଳୁ। ତେଣୁ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ର ଆଶଙ୍କା କରି ପାକ୍‌ ସେନା ଏଲଓସି ଏବଂ ସୀମାନ୍ତରେ ଏହାର ସୈନିକମାନଙ୍କ ଲାଗି ହାଇ ଆଲର୍ଟ ଜାରି କରିଥିବା ଉଲ୍ଲେଖ କରାଯାଇଛି।

ପାକିସ୍ତାନର ଆଉ ଏକ ଖବରକାଗଜ ଜିଓ ନ୍ୟୁଜ୍‌ ମଧ୍ୟ ଏହି ଖବର ପ୍ରକାଶିତ କରିଛି। ଜିଓ ନ୍ୟୁଜ୍‌ ଲେଖିଛି ଯେ, ପାକିସ୍ତାନ ଭାରତ ପକ୍ଷରୁ କୌଣସି ଫ୍ଲାଗ୍‌ ଅପରେଶନ କିମ୍ବା ସର୍ଜିକାଲ ଷ୍ଟ୍ରାଇକ୍‌ ଆଶଙ୍କା କରି ସେନାକୁ ହାଇ ଆଲର୍ଟରେ ରଖିଛି। ଭାରତ ନିଜର ଆଭ୍ୟନ୍ତରୀଣ ଏବଂ ବାହାର ସମସ୍ୟାଗୁଡ଼ିକରୁ ଧ୍ୟାନ ହାଟାଇବା ଲାଗି ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କରିପାରେ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories