www.samajalive.in
Sunday, December 14, 2025
14.1 C
Bhubaneswar

ପର୍ଥ ଟେଷ୍ଟ: ବିଜୟ ଲକ୍ଷ୍ୟ ୨୮୭, ଭାରତ ୧୧୨/୫

ପର୍ଥ : ପର୍ଥ ଷ୍ଟାଡିୟମ ଠାରେ ଚାଲିଥିବା ଭାରତ ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟ ରୋମାଞ୍ଚକାର ସ୍ଥିତିରେ ପହଞ୍ଚିଛି। ଭାରତୀୟ ଦ୍ରୁତ ବୋଲରମାନେ ଅଷ୍ଟ୍ରେଲିଆକୁ ଦ୍ୱିତୀୟ ପାଳିରେ ମୋଟ୍‌ ୨୪୩ ରନ୍‌ରେ ଅଲଆଉଟ୍‌ କରିଛନ୍ତି। ପ୍ରଥମପାଳିର ୪୩ ରନ ଅଗ୍ରଣୀ ସହିତ ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଙ୍ଗସରେ ଭାରତ ପାଇଁ ୨୮୭ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ୨୮୭ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିବା ଭାରତୀୟ ଦଳକୁ ପ୍ରଥମରୁ ଝଟକା ଲାଗିଛି। ଅଷ୍ଟ୍ରେଲିଆର ୨୮୭ରନର ପିଛାକରି ଭାରତ ଚତୁର୍ଥ ଦିନ ଖେଳ ଶେଷ ଶୁଦ୍ଧା ୧୧୨ରନ୍ କରି ତାର ୫ମ ୱିକେଟ ହରାଇଛି।
ସୋମବାର ପର୍ଥନ ଟେଷ୍ଟର ୪ର୍ଥ ଦିନରେ ମଧ୍ୟାହ୍ନ ଭୋଜନ ପର୍ଯ୍ୟନ୍ତ ଭାରତୀୟ ବୋଲରମାନଙ୍କୁ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନମାନେ କୌଣସି ସୁଯୋଗ ଦେଇନଥିଲେ। ଅଷ୍ଟ୍ରେଲିଆ ଦଳ ମଧ୍ୟାହ୍ନ ଭୋଜନ ବେଳକୁ ୪ ଓ୍ଵିକେଟ ହରାଇ ୧୯୦ ରନ୍‌ ସଂଗ୍ରହ କରି ନେଇଥିଲା। ତେବେ ମଧ୍ୟାହ୍ନ ଭୋଜନ ବିରତି ପରେ ମହମ୍ମଦ ସାମୀ ଲଗାତର ଦୁଇଟି ଓ୍ଵିକେଟ ନେଇ ଭାରତୀୟ ଶିବିରରେ ଉତ୍ସାହ ଭରି ଦେଇଥିଲେ। ୭୯ତମ ଓଭରର ୫ମ ବଲରେ ମହମ୍ମଦ ସାମି ପ୍ରଥମେ ଅଧିନାୟକ ପାଇନେଙ୍କୁ କୋହଲିଙ୍କ ଦ୍ୱାରା କ୍ୟାଚ୍‌ ଆଉଟ୍‌ କରି ଦଳ ପାଇଁ ୫ମ ସଫଳତା ଆଣି ଦେଇଥିଲେ। ପରବର୍ତ୍ତୀ ବଲରେ ଫିଞ୍ଚଙ୍କୁ ଋଷଭ ପନ୍ତଙ୍କ ଦ୍ୱାରା କ୍ୟାଚ ଆଉଟ୍‌ କରି ସାମୀ ଭାରତକୁ ୬ଷ୍ଠ ସଫଳତା ଦେଇଥିଲେ। ସେହିପରି ୮୨ତମ ଓଭରରେ ସାମି ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ଖଓ୍ଵାଜା(୭୨ ରନ)ଙ୍କୁ ପନ୍ଥଙ୍କ ଦ୍ୱାରା କ୍ୟାଚ୍‌ ଆଉଟ୍‌ କରି ଭାରତକୁ ୭ମ ସଫଳତା ଦେଇଥିଲେ। ପରେ ବୁମ୍‌ରା କୁମିନ୍ସଙ୍କୁ ବୋଲ୍ଡ ଆଉଟ କରିବା ପରେ ଲିୟନଙ୍କୁ ପୁଣି ଥରେ ସାମି ଆଉଟ୍‌ କରିଥିଲେ। ତେବେ ଶେଷ ଓ୍ଵିକେଟ ଭାବେ ବୁମ୍‌ରା ଷ୍ଟାର୍କଙ୍କୁ ଆଉଟ୍‌ କରି ଅଷ୍ଟ୍ରେଲିଆକୁ ୨୪୩ରେ ସୀମିତ ରଖିଥିଲେ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories