www.samajalive.in
Saturday, December 6, 2025
15.1 C
Bhubaneswar

୩୧ରୁ ବଜେଟ ଅଧିବେଶନ: ଫେବୃଆରୀ ୧ରେ କାମଚଳା ବଜେଟ

ଭୁବନେଶ୍ୱର: ଜାନୁଆରୀ ୩୧ରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବ। ଏହା ଫେବୃଆରୀ ୯ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରର ଦ୍ୱିତୀୟ କାର୍ଯ୍ୟକାଳରେ ଏହା ଶେଷ ବଜେଟ ହେବାକୁ ଯାଉଛି। ଆଗକୁ ନିର୍ବାଚନ ଥିବାରୁ ଏହି ବଜେଟ ଅଧିବେଶନ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଆସନ୍ତା ୩୧ରୁ ବିଜେଟ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ଫେବୃଆରୀ ୧ରେ ଆଗତ ହେବ କାମଚଳା ବଜେଟ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଅନ୍ତରୀଣ ବଜେଟ ଉପସ୍ଥାପନ କରିବେ ବୋଲି ସୂଚନା ମିଳିଛି।

ସୂଚନା ଅନୁସାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବଜେଟ ଅଧିବେଶନର ପ୍ରଥମ ଦିନରେ ସଂସଦର ଉଭୟ ସଦନକୁ ସମ୍ବୋଧନ କରିବେ। ଏହାପରେ ଅର୍ଥମନ୍ତ୍ରୀ ଫେବୃଆରୀ ୧ରେ କାମଚଳା ବଜେଟ ଉପସ୍ଥାପନ କରିବେ। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ମୋଦି ସରକାର ଏହି ବଜେଟରେ ମହିଳା ଓ ଚାଷୀଙ୍କୁ ଫୋକସ କରିବା ସମ୍ଭାବନା ରହିଛି। କୁହାଯାଉଛି ଯେ ମୋଦି ସରକାରରେ ଚାଷୀଙ୍କୁ ମିଳୁଥିବା କିଷାନ ସମ୍ମାନ ନିଧି ଯୋଜନାର ଅର୍ଥରାଶିକୁ ଦ୍ୱିଗୁଣା କରିପାରନ୍ତି। ତେବେ ଗତ ଡିସେମ୍ବର ୪ ତାରିଖରେ ସଂସଦର ଶୀତ ଅଧିବେଶନ ଆରମ୍ଭ ହୋଇଥିଲା। ଯାହାକି ନିର୍ଦ୍ଧାରିତ ସମୟର ଦିନକୁ ପୂର୍ବରୁ ଶେଷ ହୋଇଯାଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories