ଡିସଚାର୍ଜ ହେଲା ବୋରୱେଲରୁ ଉଦ୍ଧାର ହୋଇଥିବା ଶିଶୁ ବିଜୟିନୀ

ସମ୍ବଲପୁର: ବୋରୱେଲରୁ ଉଦ୍ଧାର ହୋଇଥିବା ଶିଶୁ ବିଜୟିନୀ ଡିସଚାର୍ଜ ହୋଇଛି। ସମ୍ପୁର୍ଣ୍ଣ ସୁସ୍ଥ ହେବା ପରେ ଗୁରୁବାର ଭିମସାର ମେଡିକାଲରୁ ଡିସଚାର୍ଜ କରାଯାଇଛି। ବର୍ତ୍ତମାନ ବିଜୟିନୀକୁ ଶିଶୁ ଗୃହକୁ ନିଆଯିବା ନେଇ ସୂଚନା ରହିଛି। ଗତ ମାସେ ହେଲା ବିଜୟିନୀ ଭୀମସାରରେ ଚିକିତ୍ସାଧୀନ ରହିଥିଲା ।

ସୂଚନା ଅନୁସାରେ ଗତ ଡିସେମ୍ବର ମାସ ୧୨ ତାରିଖରେ ଲାରିପାଲି ନିକଟକରେ ଥିବା ଏକ ବୋରୱେଲରୁ ଶିଶୁ କନ୍ୟାଟିକୁ ଉଦ୍ଧାର କରାଯାଇଥିଲା। ଜନ୍ମ ହେବାର ପ୍ରାୟ କିଛି ଘଣ୍ଟା ପରେ କେହି ତାକୁ ବୋରୱେଲରେ ଫିଙ୍ଗି ଦେଇଥିଲା।  ଶିଶୁଟିର କାନ୍ଦ ଶିଶୁ କିଛି ସ୍ଥାନୀୟ ଲୋକ ଏବଂ ପୋଲିସ ସହାୟତାରେ ଦୀର୍ଘ ୬ ଘଣ୍ଟା ପରେ ବିଜୟିନୀକୁ ଉଦ୍ଧାର କରାଯାଇଥିଲା। ପରେ ଶିଶୁକନ୍ୟାଟିକୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

Comments are closed.