ସଂସଦ ପୁଣି ମୁଲତବୀ

0

ନୂଆଦିଲ୍ଲୀ : ଗୁରୁବାର ସଦସ୍ୟଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହକୁ ମୁଲତବୀ ରଖାଯାଇଛି। ଫଳରେ ଲୋକସଭାରେ ବିରୋଧୀ ଦଳଗୁଡିକ ପକ୍ଷରୁ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବ ଉପରେ କୌଣସି ଆଲୋଚନା ସମ୍ଭବ ହୋଇପାରିନଥିଲା। ଗୃହ ଅଚଳ ହୋଇପଡିବାରୁ ରାଜ୍ୟସଭାରେ ଦୁର୍ନୀତି ନିବାରଣ ବିଲ୍‌ ପ୍ରସଙ୍ଗରେ ଭୋଟଗ୍ରହଣ ହୋଇପାରିନଥିଲା। ସଂସଦ ମୁଲତବୀ ହୋଇଥିବା ପଛରେ କଂଗ୍ରେସ ଦଳର ସାଂସଦମାନେ ମୁଖ୍ୟତଃ ଦାୟୀ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର ଅଭିଯୋଗ କରିଛନ୍ତି।

Leave A Reply