www.samajalive.in
Friday, December 5, 2025
20.1 C
Bhubaneswar

ଆଜିଠୁ ପ୍ୟାରିସ ପାରାଲିମ୍ପିକ୍‌ସ କ୍ରୀଡ଼ା

ନୂଆଦିଲ୍ଲୀ : କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍‌ସର ସଫଳ ଆୟୋଜନ ପରେ ଆଜି (ବୁଧବାର)ଠାରୁ ପ୍ୟାରିସରେ ଆରମ୍ଭ ହେବାକୁ ଯାଉଛି ପାରାଲିମ୍ପିକ୍‌ସ କ୍ରୀଡ଼ାର ୧୭ତମ ସଂସ୍କରଣ। ଅନ୍ତର୍ଜାତୀୟ ପାରାଲିମ୍ପିକ୍‌ସ କମିଟି ଆନୁକୂଲ୍ୟରେ ହେବାକୁ ଯାଉଥିବା ଏହି ପ୍ରତିଯୋଗିତା ସେପ୍ଟେମ୍ବର ୮ ପର୍ଯ୍ୟନ୍ତ ଚାଲିବ। ଏଥିରେ ୧୬୯ଟି ଦେଶର ୪୪୦୦ କ୍ରୀଡ଼ାବିତ୍‌ ଅଂଶଗ୍ରହଣ କରିବେ। ମୋଟ୍‌ ୨୨ଟି କ୍ରୀଡ଼ାରେ ୫୪୯ ଇଭେଣ୍ଟରେ ପ୍ରତିଯୋଗିତା ଆୟୋଜିତ ହେବ। ଏଥିରେ ଭାରତରୁ ୮୪ଜଣ ଆଥ୍‌ଲେଟ୍‌ ୧୨ଟି କ୍ରୀଡ଼ା ଶୃଙ୍ଖଳାରେ ଅଂଶଗ୍ରହଣ କରିବେ। ଯେଉଁଥିରେ ୩୨ଜଣ ମହିଳା ଖେଳାଳି ରହିଛନ୍ତି। ପ୍ରଥମ ଥର ପାଇଁ ଫ୍ରାନ୍ସ ପାରାଲିମ୍ପିକ୍‌ସ ଆୟୋଜନ କରିବାର ସୁଯୋଗ ପାଇଛି।
ଉଦ୍‌ଘାଟନୀ ଉତ୍ସବ ଫ୍ରାନ୍ସର ରାଜଧାନୀ ପ୍ୟାରିସର ଐତିହାସିକ ଡି ଲା କଂକ୍ରୋଡ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେବ। ଉଦ୍‌ଘାଟନୀ ସମାରୋହରେ ଥୋମାସ ଜୋଲିଙ୍କ ନେତୃତ୍ବରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥିରେ ୪୪୦୦ କ୍ରୀଡ଼ାବିତଙ୍କ ସହ ୧୮୪ଜଣ ବିଭିନ୍ନ ଦେଶର ପ୍ରତିନିଧି ସାମିଲ ହେବେ। ଉଦ୍‌ଘାଟନୀ ଉତ୍ସବରେ ଭାରତ ପକ୍ଷରୁ ଜାଭେଲିନ ଫିଙ୍ଗାଳି ସୁମିତ ଅନ୍ତିଲ ଓ ମହିଳା ସଟ୍‌ପୁଟ ଫିଙ୍ଗାଳି ଭାଗ୍ୟଶ୍ରୀ ଯାଦବ ଧ୍ବଜା ବହନ କରିବେ। ସ୍ଥାନୀୟ ସମୟ ରାତି ୮ଟା ଓ ଭାରତୀୟ ସମୟ ରାତି ୧୧ଟା୩୦ରେ ଉଦ୍‌ଘାଟନୀ ଉତ୍ସବ ଆୟୋଜିତ ହେବ। ପ୍ରତିଯୋଗିତା ୨୯ରୁ ଆରମ୍ଭ ହେବ। ପ୍ରତିଯୋଗିତାରେ ଭାରତ ଉନ୍ନତ ପ୍ରଦର୍ଶନ କରିବାର ଲକ୍ଷ୍ୟ ରଖିଛି। ୨୦୨୧ ଟୋକିଓ ପାରାଲିମ୍ପିକ୍‌ସରେ ଭାରତ ୫ଟି ସ୍ବର୍ଣ୍ଣ, ୮ଟି ରୌପ୍ୟ ଓ ୬ଟି କାଂସ୍ୟ ସହ ୧୯ଟି ପଦକ ଜିତିଥିଲା। ପ୍ୟାରିସ ପାରାଲିମ୍ପିକ୍‌ସରେ ଭାରତ ପଦକ ସଂଖ୍ୟା ୨୫ ଛୁଇଁବା ଲକ୍ଷ୍ୟ ରଖିଛି। ଭାରତ ବ୍ୟାଡ଼ମିଣ୍ଟନ, ସୁଟିଂ, ତୀରନ୍ଦାଜୀ, ଦୌଡ଼କୁଦ ଓ ଟେବୁଲଟେନିସରେ ସଫଳତା ପାଇବା ନେଇ ଆଶା ରଖିଛି। ଟୋକିଓ ପାରାଲିମ୍ପିକ୍‌ସ ସ୍ବର୍ଣ୍ଣ ବିଜେତା ପ୍ରମୋଦ ଭଗତ ଡୋପିଂ ନିୟମ ଉଲ୍ଲଙ୍ଘନ କରିବା ଅଭିଯୋଗରେ ବାସନ୍ଦ ହୋଇଥିବାରୁ ଉକ୍ତ କ୍ରୀଡ଼ାରେ ଅଂଶଗ୍ରହଣ କରୁନାହାନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories