www.samajalive.in
Sunday, December 7, 2025
26.1 C
Bhubaneswar

ମୁକୁନ୍ଦପ୍ରସାଦ ହତ୍ୟା ଘଟଣା: ୩ ଅଭିଯୁକ୍ତ ଗିରଫ, ୧୬୩ ଧାରା ବଳବତ୍ତର

ଖୋର୍ଦ୍ଧା : ମୁକୁନ୍ଦପ୍ରସାଦରେ ଘଟିଥିବା ହତ୍ୟା ଘଟଣାରେ ୩ ଜଣଙ୍କୁ ମଙ୍ଗଳବାର ଗିରଫ କରାଯାଇଥିବା ଆରକ୍ଷୀ ଅଧୀକ୍ଷକ ଅବିନାଶ କୁମାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା ଓ ଏହି ହତ୍ୟାକାଣ୍ଡ ଶତ୍ରୁତାରୁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ବଜିତ ମହାରଣା ଓରଫ ମିକିନା , ମୁକେଶ ସେଠି ଓରଫ ଟିମର , ଆଶିଷ ପଟ୍ଟନାୟକ ଓରଫ ଆକାଶ । ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ପୋଡାସାହିରେ ମିକିନା ଓ ମୁକେଶଙ୍କ ଘର ହୋଇଥିବାବେଳେ ଆକାଶଙ୍କ ଘର ଜଗତସିଂହପୁର ଏବଂ ସେ ପୋଡାସାହିରେ ରହୁଛି। ରହିବାର ଏକ ଘରୋଇ ବିଦ୍ୟାଳୟ ନିକଟ ପଡିଆକୁ ଅଭିଯୁକ୍ତ ବିଶ୍ୱଜିତ ମହମ୍ମଦ ସାହିଦକୁ ଡାକିଥିଲା। ତେବେ ଅଭିଯୁକ୍ତଙ୍କ ହାତରେ ହତିଆର ଥିବା ଦେଖି ସାହିଦ ବାଇକ୍‌ରେ ଫେରି ଆସୁଥିବାବେଳେ ପିଛା କରିଥିଲେ ହତ୍ୟାକାରୀ। ଚାଚେରା ଶବର ସାହି ନିକଟ ଏକ ଗ୍ୟାରେଜ ଭିତରେ ତାକୁ ନିର୍ମମ ଭାବେ ହତ୍ୟା କରିଥିଲେ। ପରେ ଅଭିଯୁକ୍ତମାନେ ଡେଲାଙ୍ଗରୋଡ଼ରେ ପୁରୀ ଅଭିମୁଖେ ଯାଇଥିଲେ ଏବଂ ଫେରିବା ପରେ ସଦର ଥାନା ବାଜପୁର ନିକଟ କାଜୁ ପଡିଆରେ ଲୁଚିଥିଲେ। ପୁଲିସ ଚାରିଟି ଦଳ ଗଠନ କରି ଜଗତସିଂହପୁର, କେନ୍ଦ୍ରାପଡ଼ା, ନୟାଗଡ ଓ ପୁରୀ ଜିଲାର ବିଭିନ୍ନ ସ୍ଥାନ ଯାଞ୍ଚ କରାଯାଇଥିଲା। ତେବେ ପୁରୀ ଦଳ ଅଭିଯୁକ୍ତଙ୍କୁ ଗିରଫ କରିଛି। ହତ୍ୟାକାଣ୍ଡରେ ବ୍ୟବହୃତ ଦୁଇଟା ଖଣ୍ଡା, ଗୋଟିଏ ବାଇକ୍ , ଏକ ମୋବାଇଲ ଓ ସ୍କୁଟି ଆଦି ଜବତ କରାଯାଇଛି। ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ପରେ ଅଧିକ ତଦନ୍ତ ପାଇଁ ରିମାଣ୍ଡରେ ଅଣାଯିବ ବୋଲି ଏସ୍‌ପି ଅବିନାଶ କୁମାର କହିଛନ୍ତି। ଅଗଷ୍ଟ ୭ରେ ତୋଟାପଡା ଛକରେ ଏକ ଗଣ୍ଡଗୋଳ ହୋଇଥିଲା।  ସେତେବେଳେ ଗିରଫ ହୋଇଥିବା ବିଶ୍ବଜିତ ଓ ମୁକେଶଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଜାମିନରେ ତିନିଦିନ ତଳେ ଦୁଇଜଣ ଆସିଥିଲେ। ଖୋର୍ଦ୍ଧା ଆଦର୍ଶ ଥାନା ଓ ଶିଳ୍ପାଞ୍ଚଳ ଥାନାରେ ମୁକେଶ ନାମରେ ୪ଟି କେଶ ଓ ବିଶ୍ବଜିତ ନାମରେ ଦୁଇଟି ମାମଲା ପୂର୍ବରୁ ରହିଛି । କିନ୍ତୁ ମୃତକ ଗୋଡି, ଚିପ୍ସ, ବାଲି ଆଦି ବିଭିନ୍ନ ସଂସ୍ଥାକୁ ଯୋଗାଇ ଥାଏ। ବ୍ୟକ୍ତିଗତ ଶତ୍ରୁତାରୁ ଏହି ଘଟଣା ଘଟିଥିବା ପୁଲିସ ପକ୍ଷରୁ କୁହାଯାଇଛି `  ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ସୁରେନ୍ଦ୍ର ନାଥ ମୁର୍ମୁ, ଶ୍ରୀନିବାସ ମହାନ୍ତି, ଡିଏସପି ଅନୀଲ ମହାନ୍ତି, ତାରିକ ଅହମ୍ମଦ, ଆଇ ଆଇ ସି ଗାୟତ୍ରୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଘଟଣାସ୍ଥଳ ନିକଟ ପାଞ୍ଚଟି ୱାର୍ଡରେ ଭାରତୀୟ ନ୍ୟାୟ ସଂହିତାର ୧୬୩ ଧାରା (ପୂର୍ବର ୧୪୪) ଲାଗୁ କରାଯାଇଛି। ସହରର ଜନଗହଳି ଅଞ୍ଚଳ ଦୁଇ ଦିନ ହେଲା ଖାଁ ଖାଁ ଲାଗୁଛି । ଦୋକାନ ବଜାର,ସ୍କୁଲ କଲେଜ ଆଦି ବନ୍ଦ ରହିଛି । ଉକ୍ତ ଅଞ୍ଚଳରେ ପ୍ରାଣନାଥ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଥିବାରୁ ଛାତ୍ରବାସ ରେ ରହୁଥିବା ବିଦ୍ୟାର୍ଥୀ ମାନେ ଭୟରେ ଘରକୁ ଫେରିଛନ୍ତି ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories