ଭିଜିଲାନ୍ସ ଜାଲରେ ସିଏଚ୍‌‌ଏସ୍‌‌ଇ ରେକର୍ଡ ସପ୍ଲାୟର

ଭୁବନେଶ୍ୱର: ସିଏଚ୍‌‌ଏସ୍‌‌ଇ ରେକର୍ଡ ସପ୍ଲାୟର ପୁରେନ୍ଦ୍ର ସେଠୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଘର ଓ ଅଫିସ ସମେତ ୩ଟି ସ୍ଥାନରେ ଚଢାଉ ହେଉଛି। ଭୁବନେଶ୍ୱର ଓ ଜଗତସିଂହପୁରରେ ଏକକାଳୀନ ତିନୋଟି ସ୍ଥାନରେ ସକାଳୁ ସକାଳୁ ଚଢାଉ କରିଛି ଭିଜିଲାନ୍ସ ଟିମ୍‌‌। ଭୁବନେଶ୍ୱରର କାନନ ବିହାର ସ୍ଥିତ ଘର, ସାମନ୍ତରାପୁରରେ ଥିବା ସିଏଚ୍‌‌ଏସ୍‌‌ଇ ଅଫିସ ଏବଂ ଜଗତସିଂହପୁରରେ ଥିବା ପୈତୃକ ଘରେ ଚଢାଉ ହୋଇଛି।  ଚଢାଉରେ ୩ଜଣ ଡିଏସପି, ଜଣେ ଆସିଣ୍ଡାଣ୍ଟ, ୫ଜଣ ଏଏସଆଇ ଓ ଅନ୍ୟ ଅଧିକାରୀ ସାମିଲ ଅଛନ୍ତି।

Comments are closed.